ଓଡିଶା

odisha

ETV Bharat / state

ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ବିଜେପି ପକ୍ଷରୁ ଦାବି - flood at bhadrak

ଚାନ୍ଦବାଲି ବିଧାନସଭା କ୍ଷେତ୍ରର ୨୬ଟି ପଞ୍ଚାୟତର ଲୋକେ ୭ ଦିନ ହେବ ବନ୍ୟା ପାଣିରେ ପ୍ରଭାବିତ ହୋଇଛନ୍ତି । ସରକାରଙ୍କ ପକ୍ଷରୁ ଏହି ବନ୍ୟା ବିପନ୍ନମାନଙ୍କୁ ମାଗଣା ରନ୍ଧାଖାଦ୍ୟ ଦେବା ଦୂରର କଥା ଶୁଖିଲା ଖାଦ୍ୟ ମଧ୍ୟ ଆଜିଯାଏ ବଣ୍ଟନ ହୋଇପାରିଲା ନାହିଁ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ବିଜେପି ପକ୍ଷରୁ ଦାବି
ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ବିଜେପି ପକ୍ଷରୁ ଦାବି

By

Published : Sep 6, 2020, 8:11 AM IST

ଭଦ୍ରକ: ବନ୍ୟା ବିପନ୍ନମାନଙ୍କୁ ସରକାରୀ ସହାୟତା ଦାବି ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମଳନୀରେ ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ ଯୋଗଦେଇଥିଲେ । ଚାନ୍ଦବାଲି ବିଧାନସଭା କ୍ଷେତ୍ରର ୨୬ଟି ପଞ୍ଚାୟତର ଲୋକେ ୭ ଦିନ ହେବ ବନ୍ୟା ପାଣିରେ ପ୍ରଭାବିତ ହୋଇଛନ୍ତି।ଏଥିରୁ ଏକ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପାଣି ଘେରରେ ରହିଛନ୍ତି। ସରକାରଙ୍କ ପକ୍ଷରୁ ଏହି ବନ୍ୟା ବିପନ୍ନମାନଙ୍କୁ ମାଗଣା ରନ୍ଧାଖାଦ୍ୟ ଦେବା ଦୂରର କଥା ଶୁଖିଲା ଖାଦ୍ୟ ମଧ୍ୟ ଆଜିଯାଏ ବଣ୍ଟନ ହୋଇପାରିଲା ନାହିଁ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ବିଜେପି ପକ୍ଷରୁ ଦାବି

ହଜାର ହଜାର ହେକ୍ଟର ଚାଷ ଜମି ବନ୍ୟା ପାଣିରେ ନଷ୍ଟ ହୋଇଯାଇଥିବାରୁ ବିନା ଆକଳନରେ ୭୨ ଘଣ୍ଟା ମଧ୍ୟରେ ଚାଷୀ ମାନଙ୍କୁ ରିଲିଫ ଫଣ୍ଡ ମାଧ୍ୟମରେ ଚେକ ପ୍ରଦାନ କରାଯାଉ । ଏଥିସହ କ୍ଷତିପୂରଣ ଘୋଷଣା କରନ୍ତୁ ଓ ଚାଷୀମାନଙ୍କୁ ଋଣ ଛାଡ଼ କରାଯାଇ ନୂତନ ଋଣ ପ୍ରଦାନ କରିବା ପାଇଁ ବିଜେପି ଦାବି କରିଛି। ଲୋକଙ୍କର ଚାଷ ସହ ଘର ନଷ୍ଟ ହୋଇଥିବାରୁ ସଠିକ ଆକଳନ କରି ତୁରନ୍ତ ବିପନ୍ନମାନଙ୍କୁ ଘର ଓ ବନ୍ୟା ଅଞ୍ଚଳରେ ରାସ୍ତାଘାଟ ଶୀଘ୍ର ମରାମତି ଏବଂ ବନ୍ୟା ପ୍ଲାବିତ ଅଞ୍ଚଳରେ ମହାମାରୀ ଆସିବା ପୂର୍ବରୁ ଶୀଘ୍ର ଡାକ୍ତରୀ ଟିମ ପଠାଇ ବିଶୋଧନ କରିବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details