ଭଦ୍ରକ:ଆଜି ୬ ଘଣ୍ଟିଆ ଭଦ୍ରକ ବନ୍ଦ । ଜିଲ୍ଲାରେ ଅଖ ଚକ ବନ୍ଦ ଘୋଷଣା କରିଛି ବିଜେପି । ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରି ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ଟାରୁ ଦିନ ୧୨ ପର୍ଯ୍ୟନ୍ତ ବନ୍ଦ ରହିବ ଭଦ୍ରକ ।
ମମିତା ମେହେରେ ହତ୍ୟାକାଣ୍ଡ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ବିଜେପି ବାରମ୍ବାର ଅଭିଯୋଗ ଆଣିଛି । ଏବେ ମଧ୍ୟ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଗର୍ଜନ କରୁଛି ଦଳ । ପୂର୍ବରୁ ବଲାଙ୍ଗୀର, କଳାହାଣ୍ଡି ଓ ସୋନପୁରରେ ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି ବୌଦ୍ଧ, କେନ୍ଦ୍ରାପଡା ସମେତ ଭଦ୍ରକରେ ବନ୍ଦ ଡାକରା ଦେଇଛି ବିଜେପି ।