ଓଡିଶା

odisha

ETV Bharat / state

ଚାନ୍ଦବାଲି ଏନଏସିରେ ବ୍ୟାପକ ଅନିୟମିତତା ନେଇ ବିଜେପିର ଅଭିଯୋଗ

ଆଜି ବିଜେପି ପକ୍ଷରୁ 6 ଗୋଟି ଦାବି ନେଇ ଚାନ୍ଦବାଲି ଏନଏସି ଅଫିସ ଘେରିବା ସହ ଏନଏସି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବ୍ୟାପକ ଅନିୟମିତତା ନେଇ ବିଜେପି ଅଭିଯୋଗ କରିଥିବା ବେଳେ ଆଗାମୀ ଦିନରେ ଏଥିରେ ସୁଧାର ଆଣିବାକୁ ଦାବି କରିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ନୂଆପଡା

By

Published : Jul 3, 2019, 6:43 PM IST

ଭଦ୍ରକ: ଆଜି ବିଜେପି ପକ୍ଷରୁ 6 ଗୋଟି ଦାବି ନେଇ ଏନଏସି ଅଫିସ ଘେରିବା ସହ ଏନଏସି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଚାନ୍ଦବାଲି ଏନଏସିରେ ଦୀର୍ଘଦିନ ହେବ ଲାଗିରହିଥିବା ମୌଳିକ ସମସ୍ୟା ପାନୀୟଜଳ ସମସ୍ୟା ଓ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଭାବେ ହେରଫେର ହେଉଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ନୂଆପଡା

ତେବେ ଶାସକ ଦଳ ଦଳୀୟ କୋଟାରେ ବାସ୍ତବ ହିତାଧିକାରୀଙ୍କୁ ନଦେଇ ଅଯୋଗ୍ୟ ହିତାଧିକାରୀ ଓ ଦଳୀୟ କର୍ମୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି । ଏଥିସହ ଚାନ୍ଦବାଲି ଏନଏସିରେ ଆଲୋକୀକରଣ ଓ ରାସ୍ତାଘାଟରେ ନିମ୍ନମାନର କାର୍ଯ୍ୟ କରାଯାଇଥିବା ବିଜେପି ଅଭିଯୋଗ କରିଛି । ଚାନ୍ଦବାଲି ଏନଏସିରେ ପ୍ରତିଟି ବିକାଶମୂଳକ କାର୍ଯ୍ୟରେ ଶାସକ ଦଳ ଏନଏସି ଅଧିକାରୀଙ୍କୁ ଚାପରେ ରଖି ବ୍ୟାପକ ଅନିୟମିତତା କାର୍ଯ୍ୟ କରୁଛନ୍ତି ବୋଲି ବିଜେପିର ଅଭିଯୋଗ ରହିଛି ।

ତେବେ ଏଭଳି କାମ ଯେଭଳି ଆଗାମୀ ଦିନରେ ପୁନରାବୃତ୍ତି ନହୁଏ ଏଥିନେଇ ଏକ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଦଳ ଚେତାବନୀ ଦେଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details