ଭଦ୍ରକ: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରେଳବାଇ ବିଭାଗର ଭଦ୍ରକ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ବିରୁଦ୍ଧରେ ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି ( bjd pressmeet on Negligence of Railway Department )। ଭଦ୍ରକ ରେଳ ଷ୍ଟେସନରୁ ପୁରୀକୁ ଏକ ମେମୁ ରେଳ ପାଇଁ ଦାବି ହୋଇଥିଲା । ହେଲେ ଭଦ୍ରକ ପରିବର୍ତ୍ତେ ଜଳେଶ୍ବରରୁ ପୁରୀ ପର୍ଯ୍ୟନ୍ତ ଟ୍ରେନ ଚାଲିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିବା ପରେ ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦ କରାଯାଇଛି ।
ଖବର ଅନୁଯାୟୀ ଭଦ୍ରକ ରେଳ ଷ୍ଟେସନ ଉପରେ ଆଖାପାଖ ପ୍ରାୟ 5 ଗୋଟି ଜିଲ୍ଲାରେ ବସବାସ କରୁଥିବା ସମସ୍ତ ବର୍ଗର ଲୋକ ଭୁବନେଶ୍ବରକୁ ଯାତାୟତ କରିବା ପାଇଁ ନିର୍ଭର କରିଥାନ୍ତି । ଯାହାକୁ ଦୃଷ୍ଟିରେ ରଖି ପ୍ରଥମେ ଏକ ଡିଏମୟୁ ଟ୍ରେନ ଭଦ୍ରକରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ଏହାକୁ ପଲାସା ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଥିଲା । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଟ୍ରେନର ରହଣୀସ୍ଥଳକୁ ଭଦ୍ରକ ପରିବର୍ତ୍ତେ ବାଲେଶ୍ବରକୁ କରାଯାଇଥିଲା । ଯାହାକୁ ପ୍ରତିବାଦ କରି ଭଦ୍ରକ ଠାରେ ଆନ୍ଦୋଳନ ତୀବ୍ର ହୋଇଥିଲା । ଶେଷରେ ଏକ ମେମୁ ଟ୍ରେନ ଭଦ୍ରକରୁ ପୁରୀ ପର୍ଯ୍ୟନ୍ତ ଯିବ ବୋଲି ରେଳ ଵିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ ପରେ ଏହାକୁ ଚଳିତ ମାସ 29 ତାରିଖରୁ ଭଦ୍ରକ ପରିବର୍ତ୍ତେ ଜଳେଶ୍ବରରୁ ପୁରୀ ପର୍ଯ୍ୟନ୍ତ ଚାଲିବ ବୋଲି ରେଳବିଭାଗ ପକ୍ଷରୁ ସୂଚନା ମିଳିବା ପରେ ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦ କରାଯାଇଛି ।
ଏହା ବି ପଢନ୍ତୁ...ପୋଖରୀ ମାଛ ଭାଗକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ , ୨୧ ଗିରଫ