ଓଡିଶା

odisha

By

Published : Mar 11, 2022, 4:31 PM IST

ETV Bharat / state

Municipal Poll: ମିଳିଲାନି ଦଳୀୟ ଟିକେଟ, ପୁରୁଣା ବଜାରରେ ପ୍ରାର୍ଥୀଙ୍କ ବିଦ୍ରୋହ

ପୌର ନିର୍ବାଚନ ନେଇ ଦଳୀୟ ଟିକେଟ ନ ମିଳିବା ପରେ ରାଜନୀତି ହୋଇଛି ସରଗରମ । ଜିଲ୍ଲାର ପୁରୁଣାବଜାର ଅଞ୍ଚଳରେ ଏଭଳି ଘଟଣା ସାମନାକୁ ଆସିଛି । ଅଧିକ ପଢନ୍ତୁ

Municipal Poll: ମିଳିଲାନି ଦଳୀୟ ଟିକେଟ, ପୁରୁଣାବଜାରରେ ପ୍ରାର୍ଥୀଙ୍କ ବିଦ୍ରୋହ
Municipal Poll: ମିଳିଲାନି ଦଳୀୟ ଟିକେଟ, ପୁରୁଣାବଜାରରେ ପ୍ରାର୍ଥୀଙ୍କ ବିଦ୍ରୋହ

ଭଦ୍ରକ:ପୌର ନିର୍ବାଚନରେ ଦଳୀୟ ଟିକେଟ ନିମିଳିବାରୁ ଏବେ ବିଦ୍ରୋହ ଉଗ୍ରରୂପ ନେଉଛି । ଯେଉଁମାନେ ଦଳ ପାଇଁ ଦୀର୍ଘ ଦିନ ହେବ କାମ କରୁଥିଲେ ସେମାନଙ୍କୁ ଦଳୀୟ ଟିକେଟ ନମିଳିବାକୁ ସମସ୍ତେ ଏକ ହୋଇ ଅନ୍ୟ ପ୍ରାର୍ଥୀଙ୍କୁ ହରାଇବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ବିଜେଡ଼ି ଉପସଭାପତି ସେକ ଜାହିଦ ହବିବଙ୍କୁ ପୌରାଧ୍ୟକ୍ଷା ଟିକେଟ ନ ମିଳିବା ପରେ ପୁରୁଣାବଜାର ଅଞ୍ଚଳରେ ରାଜନୀତି ସରଗରମ ହେବାରେ ଲାଗିଛି ।

Municipal Poll: ମିଳିଲାନି ଦଳୀୟ ଟିକେଟ, ପୁରୁଣାବଜାରରେ ପ୍ରାର୍ଥୀଙ୍କ ବିଦ୍ରୋହ

ଜିଲ୍ଲା ବିଜେଡି ଉପସଭାପତି ଥିବା ସେକ ଜାହିଦ ଦୀର୍ଘ ଦିନ ହେବା ଦଳ ପାଇଁ କାମ କରିଛନ୍ତି । ବିଧାୟକଙ୍କ ନିର୍ବାଚନ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ନିର୍ବାଚନରେ ବିଧାୟକଙ୍କୁ ସହାୟତା କରିଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ଅଧ୍ୟକ୍ଷା ପଦ ସିଧାସଳଖ ଲଢେଇ ହେଉଥିବାରୁ ସେ ଟିକେଟ ଆଶାୟୀ ଥିଲେ । ନହେଲେ ପୁରୁଣାବଜାର ଅଞ୍ଚଳରେ କାହାକୁ ବି ଟିକେଟ ଦେବାକୁ ସେମାନେ ନିବେଦନ କରିଥିଲେ । ହେଲେ ଶେଷରେ ଦଳୀୟ ଟିକେଟ ଜଣେ ନୂତନ ଚେହେରାକୁ ଦିଆଯାଇଥିଲା । ଯାହାକୁ ନେଇ ପୁରୁଣା ବଜାର ଅଞ୍ଚଳରେ ରାଜନୀତି ଏବେ ସରଗରମ ହେବାକୁ ଲାଗିଛି ।

ଗତକାଲି (ଗୁରୁବାର) ରାତିରେ ପୁରୁଣାବଜାର ଅଞ୍ଚଳରୁ ସ୍ବାଧୀନ ଅଧ୍ୟକ୍ଷା ପ୍ରାର୍ଥୀ ହୋଇଥିବା ଗୁଲମୁଖୀ ହବିବଙ୍କ ପାଇଁ ସମସ୍ତେ ଏକ ହୋଇଥିଲେ । ମଲିକ ମୈଦାନରେ ଜନ ସମୁଦ୍ର ଏକ ହୋଇଥିଲେ । ବିଧାୟକଙ୍କ ବିରୁଦ୍ଧରେ ସମସ୍ତେ ଏକ ହୋଇ ଲଢିବାକୁ ପ୍ରସ୍ତୁତ ହେଉଥିଲେ । ପୁରୁଣାବଜାର ଅଞ୍ଚଳରୁ ଦୀର୍ଘଦିନ ହେବ କାହାକୁ ଅଧ୍ୟକ୍ଷ କରାଯାଇ ନାହିଁ । ପୁରୁଣାବଜାର ଅଞ୍ଚଳକୁ ସବୁବେଳେ ଭୋଟ ବ୍ୟାଙ୍କ ଭାବରେ ବ୍ୟବହାର କରାଯାଇଛି ।

ସେହିପରି ପୁରୁଣା ବଜାର ଅଞ୍ଚଳରେ ରାସ୍ତାଘାଟ, ବିଦ୍ୟୁତ ଓ ଡ୍ରେନ ସମସ୍ୟା ଲାଗି ରହିଛି । ତେଣୁ ଏହି ଅଞ୍ଚଳକୁ ସବୁବେଳେ ଅବହେଳା କରାଯାଇଛି । ସ୍ବାଧୀନ ପ୍ରାର୍ଥିନୀ ନିଜ ଏଜେଣ୍ଡାରେ କହିଥିଲେ ଭଦ୍ରକର 30 ଟି ୱାର୍ଡରେ ଡ୍ରେନ, ରାସ୍ତା, ବିଦ୍ୟୁତ ଓ ଶିକ୍ଷାର ଉନ୍ନତିକରଣ ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରିବେ । ଭଦ୍ରକ ବାସିନ୍ଦା ଏକ ହୁଅ ଅନ୍ୟାୟ ବିରୁଦ୍ଧରେ ଲଢିବାକୁ ଆହ୍ବାନ ଦେଇଥିଲେ ସମସ୍ତ ବିଦ୍ରେହୀ ଗୋଷ୍ଠୀ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details