ଭଦ୍ରକ:ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ହିତାଧିକାରୀଙ୍କୁ ନୂଆ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ସ୍ମାର୍ଟକାର୍ଡ଼ ବଣ୍ଟନର ନଭେମ୍ବର 26 ତାରିଖ ଅପରାହ୍ଣରେ ଶୁଭାରମ୍ଭ କରାଯାଇଥିଲା । ଏହାପରେ ଧାମନଗର ନିର୍ବାଚନ ମଣ୍ଡଳୀ ଅଧିନ ତିହିଡ଼ି ବ୍ଲକର 7ଟି ପଞ୍ଚାୟତରେ ହିତାଧିକାରୀ ମାନଙ୍କୁ ସ୍ମାର୍ଟକାର୍ଡ଼ ବଣ୍ଟନ କରାଯାଇଛି । ବ୍ଲକର ମୋଟ 43 ହଜାର 959 କାର୍ଡ ବଣ୍ଡନ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ଅଦ୍ୟାବଧି ମୋଟ 9 ହଜାର 811ଟି କାର୍ଡ ବଣ୍ଟନ କରାଯାଇଛି ।
ବୋଡ଼କ, ବାରୋ, ବିଲଣା, କୁବେରା, ତଳଗୋପବିନ୍ଧା, ତାଳପଦା ସହ ଅଚକ ପଞ୍ଚାୟତରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ବିଦ୍ୟୁତଲତା ନାୟକ, ବିଡିଓ ବସନ୍ତ କୁମାର ସାହାଣୀ, ତହସିଲଦାର ପ୍ରତୀକ ସାହୁ ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ 5 ଲକ୍ଷ ଟଙ୍କାର ବୀମାରାଶି ସ୍ମାର୍ଟକାର୍ଡ଼ ପ୍ରଦାନ କରିଥିବା ବେଳେ ମହିଳାଙ୍କୁ 10 ଲକ୍ଷ ଟଙ୍କାର ବୀମାରାଶି ସ୍ମାର୍ଟକାର୍ଡ଼ ପ୍ରଦାନ କରିଛନ୍ତି।