ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ବଢୁଛି ନିର୍ବାଚନୀ ଉଷ୍ମତା । ଉପନିର୍ବାଚନ ପାଇଁ ଏବେ ଛକ ଛକରେ ନେତା ଓ ଜନତାଙ୍କ ଭିଡ଼ । ଅନ୍ୟପଟେ ବିଜେଡି ପକ୍ଷରୁ ଦୋବଲ ଜୋନରେ ଏକ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ଦଳର ବରିଷ୍ଠ ନେତା ସାମିଲ ହୋଇଥିଲେ । ଧାମନଗର ନିର୍ବାଚନ ମଣ୍ଡଳୀର ଦୋବଲ ଠାରେ ଜନ ସମ୍ପର୍କ ପଦଯାତ୍ରା କରିଛି ବିଜେଡି ।
ତେବେ ଏଥିରେ ମନ୍ତ୍ରୀ ଅଶ୍ବୀନି ପାତ୍ର , ରାଜ୍ୟସଭା ସାଂସଦ ମୁନ୍ନା ଖାଁ , ଭଦ୍ରକ ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଭଣ୍ଡାରି ପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଧାମନଗର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସରୋଜ ମହାପାତ୍ର ପ୍ରମୁଖ ଯୋଗ ହୋଇଥିଲେ । ଏନେଇ ବିଜେଡି କହିଛି ପୂର୍ବରୁ ଜନ ସମ୍ପର୍କ ପଦଯାତ୍ରା ପାଇଁ ସ୍ଥିର ହୋଇଛି । ଦଳ ତରଫରୁ ଉପ ନିର୍ବାଚନ ପାଇଁ ପାର୍ଥି ଘୋଷଣା ପରେ ନିର୍ବାଚନ ପାଇଁ ପ୍ରଚାର ଓ ପ୍ରସାର ଆରମ୍ଭ ହେବ । ବିଜେଡିର ପଦଯାତ୍ରା ପରେ ଟିକେଟ କୁ ନେଇ ବିଜେଡି ଠିକ ସମୟ ରେ ସଠିକ ନିଷ୍ପତ୍ତି ନିଆଯିବ ବୋଲି ଉପସ୍ଥିତ ବରିଷ୍ଠ ନେତା ମାନେ କହିଥିଲେ ।