ଭଦ୍ରକ: ନିର୍ବାଚନ ପୂର୍ବରୁ ଧାମନଗରରେ ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହମ୍ମଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଧାମନଗରରେ ଆୟୋଜିତ ସଭାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ସମେତ ବହୁ ନେତା ଯୋଗଦେଇଥିଲେ । ଏହି ଅବସରରେ ସର୍ବପ୍ରଥମେ ଷେଣ୍ଢପୁରରୁ ଏକ ବାଇକ ଶୋଭାଯାତ୍ରା ବାହାରି ଦୋବଲରେ ପହଞ୍ଚିଥିଲା । ଦୋବଲ ଠାରେ ଅନୁଷ୍ଠିତ ସଭାରେ ପ୍ରଫେଟ ମହମ୍ମଦଙ୍କ କାଫଲା ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।
ଧାମନଗର ସହ ଥିବା ଦୀର୍ଘ ଦିନର ସମ୍ପର୍କକୁ ମନେ ପକାଇ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ଧାମନଗରକୁ ବିକାଶ ପଥରେ ଆଗେଇ ନେବା ପାଇଁ ସମସ୍ତ ପ୍ରଚେଷ୍ଟା ଜାରି ରଖିବେ ବୋଲି ସାଙ୍ଗଠନିକ ସମ୍ପାଦକ ପ୍ରଣବ ତାଙ୍କ ଅଭିଭାଷଣରେ କହିଥିଲେ । ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀରୁ ଜାରି ରହିଥିବା ପଦଯାତ୍ରା ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ସାଙ୍ଗଠନିକ ସମ୍ପାଦକଙ୍କ ସହ ଦଳର ବିଭିନ୍ନ ହେଭିୱେଟ ନେତାଙ୍କ ସହ ପରିକ୍ରମା କରିଥିଲା । ଏହି ଅବସରରେ ବିଭିନ୍ନ ନେତା ଓ କର୍ମୀ ବିଜୁ ପଟ୍ଟନାୟକ ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।
ଏହା ମଧ୍ୟ ପଢନ୍ତୁ: Dhamnagar By Election: ଲଢିବା ପାଇଁ ଆଗ୍ରହ ଦେଖାଇଲେ ଅନନ୍ତ ସେଠୀ