ଓଡିଶା

odisha

By

Published : Apr 11, 2021, 9:03 PM IST

ETV Bharat / state

ମାଛ ଧରାଳିଙ୍କ ଜାଲରେ ପଡିଲା ବାଇକ

ଭଦ୍ରକରେ ଦିନକୁ ଦିନ ଲୁଟ୍ ମାମଲା ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଜଣେ ମାଛ ଧରାଳିଙ୍କ ଜାଲରେ ଚୋରି ବାଇକ ଜବତ ହୋଇଛି । ଅଧିକ ପଢନ୍ତୁ....

ମାଛ ଧରାଳିଙ୍କ ଜାଲରେ ପଡିଲା ବାଇକ
ମାଛ ଧରାଳିଙ୍କ ଜାଲରେ ପଡିଲା ବାଇକ

ଭଦ୍ରକ: ଜିଲ୍ଲାରେ ଏବେ ମାତିଛନ୍ତି ବାଇକ ଓ ଛିନତାଇ ଲୁଟେରା । ଏପରି ସ୍ଥଳେ ଜଣେ ମାଛ ଧରାଳିଙ୍କ ଜାଲରେ ପଡିଛି ଏକ ବାଇକ । ଏପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାଞ୍ଜିଆପାଳ ଗ୍ରାମରେ ।

ଖବର ଅନୁଯାୟୀ କାଞ୍ଜିଆପାଳ ଗାଁର ଆମ୍ବନାଳ ନିକଟରେ ଜଣେ ମାଛ ଧରାଳୀ ମାଛ ଧରୁଥିଲେ । ଏହି ସମୟରେ ଜାଲ ଭାରି ଲାଗିବାରୁ ବଡ଼ ମାଛ ପଡ଼ିଥିବା ଭାବି ସ୍ଥାନୀୟ ଯୁବକଙ୍କୁ ସେ ଖବର ଦେଇଥିଲେ । ପରେ ଯୁବକମାନେ ପହଞ୍ଚି ଜାଲ ଟାଣିବାରୁ ଜାଲରେ ଏକ ବାଇକ ଲାଗିଥିବା ଦେଖିବାକୁ ପାଇଥିଲେ । ଏହା ଜାଣିବା ପରେ ସ୍ଥାନୀୟ ଲୋକେ ଧାମନଗର ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବାଇକକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଏହି ବାଇକଟି ଏକ ଚୋରି ବାଇକ ବୋଲି ସନ୍ଦେହ କରୁଛି ପୋଲିସ । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details