ଭଦ୍ରକ: ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ ଫେରିଛି ଓଡ଼ିଶା । ପୂରଣ ହେଲା ଦୀର୍ଘ ଦିନର ଦାବି। ଓଡ଼ିଶାକୁ ଫେରିଲା ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ। କୋଲକତାରୁ ଏହି ବିମାନ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବୁଧବାର ଏହି ବିମାନ ଓଡ଼ିଶା ସୀମା ଜଳେଶ୍ଵର ଲକ୍ଷ୍ମଣନାଥ ଗେଟ୍ ନିକଟରେ ପହଞ୍ଚିବା ପରେ ଏସ୍କର୍ଟ ଗାଡ଼ି ସହ ବିମାନର ବିଭିନ୍ନ ଅଂଶକୁ 3ଟି ଟ୍ରଲର୍ ଯୋଗେ ଅଣାଯାଇଛି ।
ତେବେ ଏହି ବିମାନ ପ୍ରଥମେ ଜଳେଶ୍ଵର ପରେ ବାଲେଶ୍ଵର, ଏବଂ ଭଦ୍ରକରେ ମଇଦାପୁର ନିକଟରେ ପହଞ୍ଚିବା ପରେ ଏସ୍କଟ ଗାଡ଼ି ସହ ଏହି ବିମାନକୁ ନିଆଯାଇଛି । ତେବେ ଏହି ବିମାନକୁ ଦେଖିବା ପାଇଁ ଜାତୀୟ ରାଜପଥରେ ଲୋକଙ୍କ ଗହଳି ଲାଗି ରହିଥିଲା। ସ୍ଥାନୀୟ ଲୋକଙ୍କ ସମେତ ଶିମୁଳିଆ ତଥା ମଇତାପୁରୁଠାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ସ୍ଥାନୀୟ ଲୋକେ ଏହି ବିମାନକୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।