ଓଡିଶା

odisha

ETV Bharat / state

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର: ୧୭ ପଞ୍ଚାୟତର ଦିବ୍ୟାଙ୍ଗଙ୍କ ରୋଗ ପରୀକ୍ଷା - ଭଦ୍ରକ ଭୀମଭୋଇ ଭିନ୍ନକ୍ଷମ କ୍ୟାମ୍ପ

ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଚକ ଆଞ୍ଚଳିକ ସହଯୋଗ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଭିନ୍ନକ୍ଷମ ମାନଙ୍କୁ ନେଇ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ
ଭିନ୍ନକ୍ଷମ ମାନଙ୍କୁ ନେଇ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ

By

Published : Apr 9, 2022, 4:58 PM IST

ଭଦ୍ରକ: ଜିଲ୍ଲାର ତିହିଡି ବ୍ଲକ ଅଚକ ଆଞ୍ଚଳିକ ସହଯୋଗ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀର 13ଟି ଓ ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀର 4ଟି ପଞ୍ଚାୟତ ମିଶି ମୋଟ 17ଟି ପଞ୍ଚାୟତର ଭିନ୍ନକ୍ଷମମାନେ ଆସି ପଞ୍ଜିକରଣ କରିବା ସହ ସାର୍ଟିଫିକେଟ ପାଇଁ ରୋଗ ପରୀକ୍ଷା କରିଥିଲେ । ମୋଟ 21ପ୍ରକାର ରୋଗର ପରୀକ୍ଷା କରାଯାଇ ଆବଶ୍ୟକ ମୁତାବକ ସାର୍ଟିଫିକେଟ ପ୍ରଦାନ କରାଯିବ ।

ଭିନ୍ନକ୍ଷମ ମାନଙ୍କୁ ନେଇ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ

ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ପହଞ୍ଚି ଶିବିର ପରିଚାଳନା ସମ୍ପର୍କରେ ତଦାରଖ କରିଥିଲେ । ଏହି ଶିବିରକୁ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ଓଡ଼ିଶା ଭିନ୍ନକ୍ଷମ ମଞ୍ଚର କର୍ମକର୍ତ୍ତା, ବିଭିନ୍ନ ବିଭାଗର କର୍ମକର୍ତ୍ତା ଓ ଅଚକ ପଞ୍ଚାୟତର ସ୍ବେଚ୍ଛାସେବୀ ସଙ୍ଗଠନର ସଦସ୍ୟ ପ୍ରମୁଖ ପରିଚାଳନା କରିଥିଲେ। ଏଥିସହ ନିର୍ବାଚିତ ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଭିନ୍ନକ୍ଷମଙ୍କୁ ଉତ୍ସାହିତ କରିଥିଲେ ବୋଲି ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର , ଇଟିଭି ଭାରତ

ABOUT THE AUTHOR

...view details