ଭଦ୍ରକ: ରାସ୍ତା ନାହିଁ ତ ଭୋଟ ନାହିଁ। ବହୁ ଦିନ ଧରି ଅଞ୍ଚଳରେ ଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ଏଭଳି ଚେତାବନୀ ଦେଇଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ସ୍ଥାନୀୟ ଅଞ୍ଚଳବାସୀ। ଏନେଇ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ବିଧାୟକ, ସାଂସଦ ଏବଂ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଅଭିଯୋଗ ହୋଇଛି।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ତୋଡଙ୍ଗା ପଞ୍ଚାୟତର ନିକଟବର୍ତ୍ତୀ ପାଞ୍ଚଟି ପଞ୍ଚାୟତ ତିନି କିଲୋମିଟର ଦୀର୍ଘ ରାସ୍ତା ଉପରେ ନିର୍ଭର କରନ୍ତି । ହେଲେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି ବୋଲି ଅଞ୍ଚଳବାସୀ ବୋଲି ଅଭିଯୋଗ କରିଛନ୍ତି ।
ଅଧିକ ପଢନ୍ତୁ: ‘ମୁଖ୍ୟ ଦାବି ଯିଏ ପୁରା କରିନାହିଁ, ତାକୁ ଭୋଟ ଦିଅ ନାହିଁ’
ଯାହାର ଫଳସ୍ବରୁପ ଗୁରୁବାର ଏହାର ପ୍ରତିବାଦରେ ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ନିର୍ମାଣ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଯଦି ଏନେଇ ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ବରଡେସ୍ଵର, ବରଡା, ଚୀନାମାଳି ଏବଂ ପଲାସାହି ଗ୍ରାମର ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏହି ଘଟଣା ନେଇ ଜିଲ୍ଲାପାଳ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ