ଭଦ୍ରକ: ଆରମ୍ଭ ହୋଇଯାଇଛି ଭଦ୍ରକର ପ୍ରସିଦ୍ଧ କାଳୀପୂଜା ପର୍ବ । ପୂଜାରେ ମା' ସାତଦିନରେ ସାତଟି ଵେଶରେ ଭକ୍ତଙ୍କୁ ଦର୍ଶନ ଦେବେ।
ଏହି ପରିପ୍ରେକ୍ଷୀରେ ରବିବାର ଦ୍ବିତୀୟ ଦିନରେ ମହାକାଳୀ ଵେଶରେ ଦର୍ଶନ ଦେଉଛନ୍ତି ମା' । ଭଦ୍ରକର ଅଧିଷ୍ଠାତ୍ରୀ ଦେଵୀ ଭଦ୍ରକାଳୀ ସଵୁଦିନ ଶାନ୍ତରୂପରେ ଦର୍ଶନ ଦେଉ ଥିବାବେଳେ ପୂଜାର ଦ୍ବିତୀୟଦିନରେ ଉଗ୍ରରୂପରେ ବା ମହାକାଳୀ ବେଶରେ ଦର୍ଶନ ଦେଇଥାନ୍ତି । ସମାଜରୁ ଆଶୁରିକ ଶକ୍ତିର ବିନାସ ପାଇଁ ମା' ଏହି ବେଶ ଧାରଣ କରିଥାନ୍ତି ବୋଲି ବିଶ୍ଵାସ ରହିଛି । ପହଡ ଖୋଲିବା ପରେ ମା'ଙ୍କର ନୀତିକାନ୍ତି ଆରମ୍ଭ ହୋଇଛି । ତେବେ ପୂଜାର ତୃତୀୟଦିନରେ ମା' ସପ୍ତମାତୃକା ବେଶରେ, ତା'ପରଦିନ ରାଜେଶ୍ୱରୀ ବେଶ, ପରେ ସିଂହବାହିନୀ, ଜଗଦ୍ଧାତ୍ରୀ, ମହା ସରସ୍ଵତୀ ଏବଂ ଶେଷରେ ମା ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ।