ଭଦ୍ରକ: ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା ଅଚାନକ ଚାନ୍ଦବାଲି ବଜାର ତଥା ସହରରେ ଓ ମତୋ ବଜାରରେ ଥିବା ବିଭିନ୍ନ ଚେକ ପୋଷ୍ଟ ବୁଲି କୋଭିଡ ସ୍ଥିତି ଓ କଟକଣାର ଅନୁଧ୍ୟାନ କରିଛନ୍ତି । ଦିନକୁ ଦିନ କୋରୋନାର ସ୍ଥିତି ଭୟଙ୍କର ହେଉଥିବାରୁ ସାମାଜିକ ଦୂରତା ଓ ମାକ୍ସ ପରିଧାନ ଉପରେ ଗୁରୁତ୍ୱ ସହ ଅଯଥା ଗହଳି ନକରିବାକୁ ପରାମର୍ଶ ଦେଇଥିବା ଜଣାପଡିଛି । କାଳୀ ମନ୍ଦିର ଚେକ ପୋଷ୍ଟ ଓ ମତୋ ବଜାର ନିକଟରେ କିଛି ସମୟ ପାଇଁ ଗାଡି ମଟର ତଦାରଖ କରିଥିଲେ ।
ଚାନ୍ଦବାଲି ଅଚାନକ ଗସ୍ତ କରି ସ୍ଥିତି ପରଖିଲେ ଆରକ୍ଷୀ ଅଧିକ୍ଷକ - bhadrak sp
ଚାନ୍ଦବାଲି ଆସି ବଜାର ତଥା ସହରରେ ଓ ମତୋ ବଜାରରେ ଥିବା ବିଭିନ୍ନ ଚେକ ପୋଷ୍ଟ ବୁଲି କୋଭିଡ ସ୍ଥିତି ଓ କଟକଣାର ଅନୁଧ୍ୟାନ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା । ଅଧିକ ପଢନ୍ତୁ...
ଚାନ୍ଦବାଲି ଅଚାନକ ଗସ୍ତ କରି ସ୍ଥିତି ପରଖିଲେ ଆରକ୍ଷୀ ଅଧିକ୍ଷକ
ଏସଡିପିଓ ଉମା ଶଙ୍କର ମହାରଣା, ଚାନ୍ଦବାଲି ଥାନା ଅଧିକାରିଣୀ ପ୍ରଜ୍ଞା ମହାନ୍ତି, ମତୋ ଫାଣ୍ଡି ଅଧିକାରି ବୁଦ୍ଧିରାମ ମହାନ୍ତି ପ୍ରମୁଖଙ୍କୁ ଆରକ୍ଷୀ ଅଧିକ୍ଷକ ଅମାନିଆ ମାନଙ୍କୁ ସାବାଡ କରିବାପାଇଁ ପରାମର୍ଶ ଦେଇଥିବା ସହ ଯେଉଁ ଦୋକାନୀ ମାନେ କୋଭିଡ କଟକଣା ଓ ସରକାରଙ୍କ ନିୟମକୁ ଉଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ