ଓଡିଶା

odisha

ETV Bharat / state

‘ଭଦ୍ରକକୁ ମରୁଡ଼ି ଅଞ୍ଚଳ ଘୋଷଣା କରାଯାଉ’ - ପ୍ରଦୀପ ପୁରୋହିତ ଭଦ୍ରକ ଗସ୍ତ

ଭଦ୍ରକ ଜିଲ୍ଲା ଗସ୍ତରେ ବିଭିନ୍ନ ଅଞ୍ଚଳକୁ ଯାଇ ଚାଷ ଜମି ଗୁଡିକ ପରିଦର୍ଶନ କରିଥିଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ। ଭଦ୍ରକକୁ ମରୁଡି ଅଞ୍ଚଳ ଘୋଷଣା ପାଇଁ ଦାବି କରିଛନ୍ତି ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ...

ଭଦ୍ରକକୁ ମରୁଡ଼ି ଅଞ୍ଚଳ ଘୋଷଣା କରାଯାଉ: ପ୍ରଦୀପ ପୁରୋହିତ
ଭଦ୍ରକକୁ ମରୁଡ଼ି ଅଞ୍ଚଳ ଘୋଷଣା କରାଯାଉ: ପ୍ରଦୀପ ପୁରୋହିତ

By

Published : Sep 8, 2021, 7:20 PM IST

ଭଦ୍ରକ: ରାଜ୍ୟରେ ଏବେ ମରୁଡିର ସମ୍ଭାବନା ଉପୁଜିଛି। ଭଦ୍ରକ ଜିଲ୍ଲାରେ ମଧ୍ଯ ବର୍ଷା ଅଭାବ ଯୋଗୁଁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ଏନେଇ ଭଦ୍ରକ ଜିଲ୍ଲା ଗସ୍ତରେ ବିଭିନ୍ନ ଅଞ୍ଚଳକୁ ଯାଇ ଚାଷ ଜମି ଗୁଡିକ ପରିଦର୍ଶନ କରିଥିଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ। ଚାଷୀମାନଙ୍କ ପାଖକୁ ଯାଇ ଆଲୋଚନା କରିବା ପରେ ଏକ ସାମ୍ୱାଦିକ ସମ୍ବିଳନୀରେ ଜିଲ୍ଲାର ବହୁ ଅଞ୍ଚଳରେ ଚାଷ ଜମିର ଅବସ୍ଥା ସାଙ୍ଘାତିକ ବୋଲି ସୂଚନା ଦେଇଥିଲେ।

ଭଦ୍ରକକୁ ମରୁଡ଼ି ଅଞ୍ଚଳ ଘୋଷଣା କରାଯାଉ: ପ୍ରଦୀପ ପୁରୋହିତ

ଅନେକ ଜମି ପଡିଆ ପଡିବା ସହ ଲିଫ୍ଟ ପଏଣ୍ଟ ଗୁଡିକ ଅଚଳ ହୋଇଥିବା ବେଳେ, ଜିଲ୍ଲାରେ ଜଳ ସେଚନର ସୁବିଧା ନଥିବା ନେଇ ପ୍ରଶ୍ନ ଉଠାଇଥିଲେ। ତେବେ ଏଭଳି ସ୍ଥିତିରେ ରାଜ୍ୟ ସରକାର ଖୁବଶୀଘ୍ର ଭଦ୍ରକ ଜିଲ୍ଲାକୁ ମରୁଡି ଘୋଷଣା କରିବା ପାଇଁ ପ୍ରଦୀପ ପୁରୋହିତ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ପାଇଁ ମଧ୍ୟ ଦାବି କରିଥିଲେ। ଯଦି ଏ ଦିଗରେ ସରକାର ପଦକ୍ଷେପ ଗ୍ରହଣ ନକରନ୍ତି ବିଜେପି କୃଷକ ମୋର୍ଚ୍ଚା ଚାଷୀଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details