ଓଡିଶା

odisha

ETV Bharat / state

ପୋଲିସ ଜାଲରେ ଜାଲ କମ୍ପାନୀ, ନିଯୁକ୍ତି ନାଁରେ ଠକୁଥିଲା - bhadrak police raid

ଭଦ୍ରକ ଟାଉନ ଥାନା ପୋଲିସ ଏକ ନକଲି କମ୍ପାନୀକୁ ଠାବ କରିଛି । ଉକ୍ତ କମ୍ପାନୀ ବେକାର ଯୁବକ ଓ ଯୁବତୀଙ୍କୁ ଚାକିରି ଦେବା ନାଁରେ ଠକୁଥିବା ଅଭିଯୋଗ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

fake company
ପୋଲିସ ଜାଲରେ ଜାଲ୍‌ କମ୍ପାନୀ, ନିଯୁକ୍ତି ନାଁରେ କରୁଥିଲା ଠକେଇ

By

Published : Dec 27, 2019, 10:13 PM IST

ଭଦ୍ରକ: ନାମୀଦାମୀ କମ୍ପାନୀରେ ନିଯୁକ୍ତି ଦେବାକୁ କହି ଠକେଇ କରୁଥିବା ଏକ ରାକେଟର ପର୍ଦାଫାଶ କରିଛି ପୋଲିସ । ଟାଟା ମୋଟର୍ସରେ ନିଯୁକ୍ତି ଦେବାକୁ କହି ବେକାର ଯୁବକ ଓ ଯୁବତୀଙ୍କୁ ଠକେଇ କରୁଥିବା ଏକ ଜାଲ କମ୍ପାନୀକୁ ଠାବ କରିଛି ଭଦ୍ରକ ଟାଉନ ଥାନା ପୋଲିସ ।

ପୋଲିସ ଜାଲରେ ଜାଲ୍‌ କମ୍ପାନୀ, ନିଯୁକ୍ତି ନାଁରେ କରୁଥିଲା ଠକେଇ

ହ୍ୟୁମାନ ନିଡ୍ସ ମ୍ୟାନେଜମେଣ୍ଟ ନାମରେ ଏକ ଠକ ସଂସ୍ଥା ଭଦ୍ରକ ସହରର ଚରମ୍ପା ଠାରେ ଅଫିସ ଖୋଲିଥିଲା । ଟାଟା ମୋଟର୍ସ ସହ ବିଭିନ୍ନ ନାମୀ କମ୍ପାନୀରେ ବିଭିନ୍ନ ପଦବୀରେ ଭର୍ତ୍ତି କରାଇଦେବାକୁ କହି ଟ୍ରେନିଂ ବାବଦକୁ 2500 ଟଙ୍କା ନେଉଥିଲା । ପରେ ସନ୍ଦେହ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ ଏହି ଅଫିସରେ ଚଢାଉ କରି କାଗଜପତ୍ର ଯାଞ୍ଚ କରିବାରୁ କମ୍ପାନୀଟି ଜାଲ ବୋଲି ଜଣାପଡିଥିଲା । ଟାଟା ମୋଟର୍ସର ଜାଲ ଲିଫଲେଟ ସହ ରେଜିଷ୍ଟେସନ ଫର୍ମ ଓ ଅନ୍ୟାନ୍ୟ ଜାଲ କାଗଜପତ୍ରକୁ ଜବତ କରିଛି ପୋଲିସ । ପୋଲିସ ଚଢାଉ ବେଳେ ଉତ୍ତରପ୍ରଦେଶର ମହମ୍ମଦ ଅସଲମ ନାମକ ଯୁବକକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଏହି ସଂସ୍ଥାର କର୍ମଚାରୀମାନେ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାରେ କମ୍ପାନୀ ନାମରେ ଲିଫଲେଟ ବାଣ୍ଟି ଲୋକଙ୍କୁ ଠକୁଥିବା ସୂଚନା ଦେଇଛି ପୋଲିସ ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details