ଓଡିଶା

odisha

ETV Bharat / state

ବହୁଦରଡା ଅପହରଣ ଘଟଣା: ଗୁମର ଖୋଲିଲା ଭଦ୍ରକ ପୋଲିସ - bhadrak police disclose

ବହୁଦରଡା ଅପହରଣ ଘଟଣାର ଗୁମର ଖୋଲିଲା ଭଦ୍ରକ ଜିଲ୍ଲା ପୋଲିସ l ୪ ଜଣ ଅପହୃର୍ତ୍ତଙ୍କ ସମେତ ଅପହରଣ ଘଟଣାରେ ବ୍ୟବହୃତ ବୋଲେରୋ, ବାଇକ ଓ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି l ଅଧିକ ପଢନ୍ତୁ...

bhadrak police disclose to Bahudarada kidnapping case
ବହୁଦରଡା ଅପହରଣ ଘଟଣା: ଗୁମର ଖୋଲିଲା ଭଦ୍ରକ ପୋଲିସ

By

Published : Sep 30, 2020, 8:13 PM IST

ଭଦ୍ରକ: ବହୁଦରଡା ଅପହରଣ ଘଟଣାର ଗୁମର ଖୋଲିଲା ଭଦ୍ରକ ଜିଲ୍ଲା ପୋଲିସ l ୪ ଜଣ ଅପହୃର୍ତ୍ତଙ୍କ ସମେତ ଅପହରଣ ଘଟଣାରେ ବ୍ୟବହୃତ ବୋଲେରୋ, ବାଇକ ଓ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି l

ଖବର ଅନୁଯାୟୀ, ଚଳିତ ସେପ୍ଟେମ୍ବର ୧୯ ତାରିଖରେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବହୁଦରଡା ଅଞ୍ଚଳର ଗଜେନ୍ଦ୍ର ସିଂଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିଥିଲେ l ଏନେଇ ପରିବାର ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା l ପରେ ପୋଲିସ ତଦନ୍ତରୁ ଜାଣିବାକୁ ପାଇଲା ଅପହୃର୍ତ୍ତମାନେ ଗଜେନ୍ଦ୍ରଙ୍କୁ ଛାଡିବା ପାଇଁ ୪୫ ଲକ୍ଷ ଟଙ୍କା ଦାବି କରୁଛନ୍ତି l

ବହୁଦରଡା ଅପହରଣ ଘଟଣା: ଗୁମର ଖୋଲିଲା ଭଦ୍ରକ ପୋଲିସ

ଏନେଇ ପୋଲିସର ତଦନ୍ତ ସମୟରେ, ଅପହରଣକାରୀମାନେ ପ୍ରଥମେ ଗଜେନ୍ଦ୍ରଙ୍କୁ କୋରାପୁଟ ଓ ପରେ ବାଲେଶ୍ବର ରେମୁଣାକୁ ସ୍ଥାନାନ୍ତର କରିଥିଲେ l ସେଠାରେ ଅତ୍ୟନ୍ତ ନୃଶଂସ ଭାବେ ତାଙ୍କୁ ଆକ୍ରମଣ କରି ପଳେଇ ଯାଇଥିଲେ l ହେଲେ ପୋଲିସ ତଦନ୍ତ ଜାରି ରଖିଥିଲେ l ଶେଷରେ ପୋଲିସକୁ ସଫଳତା ମିଳିଲା l ୪ ଅପହରଣକାରୀଙ୍କ ସମେତ ଏକ ଦେଶୀ ବନ୍ଧୁକ, ଖଣ୍ଡା, ଭୁଜାଲି ଓ କିଛି ଅଫୁଟା ଗୁଳି ଜବତ କରାଯାଇଛି l

ତେବେ ଅଦ୍ୟାବଧି ଏହି ଅପହରଣ ଘଟଣାର ମାଷ୍ଟରମାଇଣ୍ଡକୁ ଧରିପାରିନି ପୋଲିସ l ଏହି ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ସଂପୃକ୍ତ ଥିବାର ଜଣାପଡ଼ିଛି l ତେବେ ଗିରଫ ହୋଇଥିବା ୪ ଅଭିଯୁକ୍ତମାନେ ବାଲେଶ୍ଵର ଅଞ୍ଚଳର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details