ଓଡିଶା

odisha

ETV Bharat / state

‘ଇଦ-ମିଲାଦୁନ-ନବି’ ପାଇଁ ଭଦ୍ରକ ସହରରେ ପ୍ରସ୍ତୁତି ଶେଷ

ଉତ୍ସବ ମୁଖର ଭଦ୍ରକ ସହର । ଇସଲାମ ଧର୍ମର ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀକୁ ନେଇ ଇସଲାମ ଧର୍ମାବଲମ୍ବୀମାନେ ଆରମ୍ଭ କରିଛନ୍ତି ‘ଇଦ-ମିଲାଦୁନ-ନବି’ ପର୍ବ ପାଳନ ।

By

Published : Nov 10, 2019, 2:53 PM IST

‘ଇଦ-ମିଲାଦୁନ-ନବି’ ପାଇଁ ଭଦ୍ରକ ସହରରେ ପ୍ରସ୍ତୁତି ଶେଷ

ଭଦ୍ରକ: ଉତ୍ସବ ମୁଖର ଭଦ୍ରକ ସହର । ଇସଲାମ ଧର୍ମର ମହାପୁରୁଷ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀକୁ ନେଇ ଇସଲାମ ଧର୍ମାବଲମ୍ବୀମାନେ ଆରମ୍ଭ କରିଛନ୍ତି ‘ଇଦ-ମିଲାଦୁନ-ନବି’ ପର୍ବ ପାଳନ । ପର୍ବ ପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ସହରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

‘ଇଦ-ମିଲାଦୁନ-ନବି’ ପାଇଁ ଭଦ୍ରକ ସହରରେ ପ୍ରସ୍ତୁତି ଶେଷ

ସହରରେ ପ୍ରୋଫେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ ପାଳନ ପାଇଁ ଇସଲାମ ଧର୍ମାବଲମ୍ବୀ ବେଶ ଉତ୍ସାହିତ। ବାତ୍ୟା ବୁଲବୁଲ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ସାମାନ୍ୟ ଫିକା ପଡିଛି। ହେଲେ କମିନି ଶ୍ରଦ୍ଧାଳୁଙ୍କ ଉତ୍ସାହ । କିମ୍ବଦନ୍ତୀ କୁହେ ଆରବ ଦେଶର ମକ୍କା ସହରରେ 571 ଖ୍ରୀଷ୍ଟାବ୍ଦରେ ମହାପୁରୁଷ ମହମ୍ମଦ ଜନ୍ମ ଗ୍ରହଣ କରିଥିଲେ । ଏହି ଦିନଠାରୁ ଇସଲାମ ଧର୍ମର ପ୍ରତିଷ୍ଠା ହୋଇଥିବା ବିଶ୍ଵାସ କରାଯାଏ। ତେଣୁ ଏହି ଦିନକୁ ଚିର ସ୍ମରଣୀୟ କରିବା ସହ ମହାପୁରୁଷ ମହମ୍ମଦଙ୍କ ବାଣୀକୁ ଅନୁସରଣ କରିବା ପାଇଁ ଏହି ଦିନକୁ ‘ଇଦ-ମିଲାଦୁନ-ନବି’ ଭାବେ ପାଳନ କରିଥାନ୍ତି ଶ୍ରଦ୍ଧାଳୁ ।

ଏହି ପବିତ୍ର ପର୍ବକୁ ପାଳନ କରିବା ପାଇଁ ବେଶ ଉତ୍ସାହିତ ଭଦ୍ରକର ଇସଲାମ ଧର୍ମାବଲମ୍ବୀ । ଚଳିତ ବର୍ଷ ଇସଲାମ ଧର୍ମ ସମ୍ବନ୍ଧୀୟ ବାର୍ତ୍ତା ନେଇ ପ୍ରାୟ 70ରୁ ଉର୍ଦ୍ଧ୍ବ ମେଢ ନିର୍ମାଣ ଶେଷ ଦହୋଇ ସାରିଛି। ବିଭିନ୍ନ ସାହି ବସ୍ତିରୁ ଏହି ମେଢଗୁଡିକ ମାନବ ଶୃଙ୍ଖଳ ବା କାଫିଲାରେ ବାହାରି ସହରସ୍ଥିତ ଚଉଖଣ୍ଡିରୁ ସହର ପରିକ୍ରମା ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଶେଷରେ ସମସ୍ତେ ମଦିନା ମଇଦାନରେ ପହଞ୍ଚିବେ। ସେଠାରେ ଏକ ଧର୍ମ ସଭା ଅନୁଷ୍ଠିତ ହେବ ବୋଲି ଚଉଦ ମହଲା ମୁସଲିମ ଜମାତ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଏନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଶେଷ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଏନେଇ ଫ୍ଲାଗମାର୍ଚ୍ଚର ଆୟୋଜନ ମଧ୍ୟ କରାଯାଇଥିଲା । ତେବେ ସହରରେ ‘ଇଦ-ମିଲାଦୁନ-ନବି’ ଅବସରରେ ମେଢ ଗୁଡିକ ସହ ମାନବ ଶୃଙ୍ଖଳ ବା କାଫିଲା ଶୋଭାଯାତ୍ରାର ମାହୋଲ ବେଶ ନିଆରା। ଯାହାକି ଅନ୍ୟତ୍ର ବିରଳ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details