ଓଡିଶା

odisha

ETV Bharat / state

ଭଦ୍ରକ ସାଂସଦ ପାଳିଲେ ବିଜୁ ପଟ୍ଟନାୟକଙ୍କ 23 ତମ ଶ୍ରାଦ୍ଧ ଦିବସ - Biju Patnaik's 23rd death anniversary

ଭଦ୍ରକ ସାଂସଦ ନିରାଡ଼ମ୍ବର ଭାବେ ପାଳିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 23 ତମ ଶ୍ରାଦ୍ଧ ଦିବସ । କରୋନାର କଟକଣା ପାଇଁ ନିରାଡ଼ମ୍ବର ଭାବେ ସମସ୍ତେ ପାଳନ କରୁଛନ୍ତି ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ । ଆହୁରି ପଢନ୍ତୁ...

Bhadrak MP celebrates Biju Patnaik's 23rd death anniversary
ଭଦ୍ରକ ସାଂସଦ ପାଳିଲେ ବିଜୁ ପଟନାୟକଙ୍କ 23 ତମ ଶ୍ରାଦ୍ଧ ଦିବସ

By

Published : Apr 17, 2020, 7:48 PM IST

ଭଦ୍ରକ: ଭଦ୍ରକ ସାଂସଦ ନିରାଡ଼ମ୍ବର ଭାବେ ପାଳିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 23 ତମ ଶ୍ରାଦ୍ଧ ଦିବସ । କୋରୋନା କଟକଣା ପାଇଁ ନିରାଡ଼ମ୍ବର ଭାବେ ସମସ୍ତେ ପାଳନ କରୁଛନ୍ତି ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ।

ଭଦ୍ରକ ସାଂସଦ ପାଳିଲେ ବିଜୁ ପଟନାୟକଙ୍କ 23 ତମ ଶ୍ରାଦ୍ଧ ଦିବସ

ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ମଧ୍ୟ ନିରାଡ଼ମ୍ବର ଭାବେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ କରିଛନ୍ତି । ଭଦ୍ରକ ସହରର ବାଇପାସ ସ୍ଥିତ ବାସଭବନରେ ଏହି ଶ୍ରାଦ୍ଧ ଦିବସ ପାଳନ କରିଛନ୍ତି । ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

ଭଦ୍ରକ ସାଂସଦ ପାଳିଲେ ବିଜୁ ପଟନାୟକଙ୍କ 23 ତମ ଶ୍ରାଦ୍ଧ ଦିବସ

କରୋନାର ନିୟମକୁ ମାନି ମାସ୍କ ପିନ୍ଧି ସାମାଜିକ ଦୂରତା ନିୟମ ଅବଲମ୍ବନ ପୂର୍ବକ ଶ୍ରାଦ୍ଧ ଦିବସ ପାଳନ କରିଛନ୍ତି । ଏହି ଅବସରରେ କରୋନାର କଟକଣାକୁ ନଜରରେ ରଖି କୌଣସି ଲୋକ କିମ୍ବା ବିଜୁ ପ୍ରେମୀଙ୍କ ସମାଗମ ଯେମିତି ନହେବ ସେଥିପାଇଁ ସାଂସଦ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ଲକଡାଉନ ନିୟମ ମାନିବା ସହ ମୁହଁରେ ମାସ୍କ ବ୍ୟବହାର କରିବା , ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା ଓ ସାମାଜିକ ଦୂରତ୍ୱ ନିୟମ ମାନିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ସାଂସଦ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details