ଓଡିଶା

odisha

ETV Bharat / state

ରାଣୀ ପଣ୍ଡାଙ୍କୁ ନଗ୍ନନୃତ୍ୟ ପାଇଁ ନମିଳୁ ଅନୁମତି, ଜିଲ୍ଲାପାଳଙ୍କୁ ମହିଳା ଓ କିନ୍ନର ସଂଘର ଚିଠି - ରାଣୀ ପଣ୍ଡାଙ୍କ ନଗ୍ନନୃତ୍ୟକୁ ଭଦ୍ରକରେ ବିରୋଧ

ଭଦ୍ରକ ଜିଲ୍ଲାର ବିଭିନ୍ନ ମହିଳା ଓ କିନ୍ନର ସଂଘ ଜିଲ୍ଲାପାଳ ଜ୍ଞାନ ଦାସଙ୍କୁ ରାଣୀଙ୍କ ନଗ୍ନନୃତ୍ୟକୁ ବିରୋଧ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏସମ୍ପର୍କରେ ଅଧିକ ପଢନ୍ତୁ...

ଯାତ୍ରାକଳାକାର ରାଣୀ ପଣ୍ଡାଙ୍କ ନଗ୍ନନୃତ୍ୟକୁ ଭଦ୍ରକ ମହିଳା ସଂଘର ବିରୋଧ

By

Published : Oct 23, 2019, 7:00 PM IST

ଭଦ୍ରକ: ଯାତ୍ରା କଳାକାର ରାଣୀ ପଣ୍ଡାଙ୍କ ନଗ୍ନ ନୃତ୍ୟୁକୁ ମହିଳାଙ୍କ ବିରୋଧ । ଭଦ୍ରକ ଜିଲ୍ଲାର ବିଭିନ୍ନ ମହିଳା ଓ କିନ୍ନର ସଂଘ ପକ୍ଷରୁ ଜିଲ୍ଲାପାଳ ଜ୍ଞାନ ଦାସଙ୍କୁ ରାଣୀଙ୍କୁ ବିରୋଧ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥର କାଳିପୂଜାରେ ଜିଲ୍ଲାରେ ଗଣନାଟ୍ୟ ଅଣାଯିବ । ତେବେ ଗଣନାଟ୍ୟରେ ଯାତ୍ରା କଳାକାର ରାଣୀ ପଣ୍ଡା ଯେପରି ମଞ୍ଚରେ ନଗ୍ନ ନୃତ୍ୟ ପରିବେଷଣ ନକରନ୍ତି ସେଥିପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ମହିଳା ଓ କିନ୍ନର ସଂଘ ।

ଯାତ୍ରାକଳାକାର ରାଣୀ ପଣ୍ଡାଙ୍କ ନଗ୍ନନୃତ୍ୟକୁ ଭଦ୍ରକ ମହିଳା ସଂଘର ବିରୋଧ

ସୂଚନା ଅନୁସାରେ ଭଦ୍ରକର ଐତିହାସିକ କାଳିପୂଜାରେ ଯାତ୍ରା କଳାକାର ରାଣୀ ପଣ୍ଡାଙ୍କୁ ମଞ୍ଚରେ ନଗ୍ନନୃତ୍ୟ ପରିବେଷଣ କରିବାକୁ ଅନୁମତି ଦିଆ ନଯିବାକୁ ଅନୁରୋଧ କରିଛନ୍ତି ମହିଳା ସଂଘ। ନହେଲେ ଐତିହାସିକ କାଳିପୂଜାରେ କଳଙ୍କ ଲାଗିବ, ଯାହାକି ନାରୀ ସମାଜ ପାଇଁ ଏକ ଲଜ୍ଜାଜନକ ଘଟଣା ହେବ ବୋଲି ଅଭିଯୋଗ ହୋଇଛି। ଯଦି ରାଣୀ ପଣ୍ଡାଙ୍କୁ ନଗ୍ନନୃତ୍ୟ କରିବାର ସୁଯୋଗ ଦିଆଯାଏ, ତାହେଲେ ନାରୀ ସୁରକ୍ଷା ମଞ୍ଚ, ଅର୍ଦ୍ଧନାରୀ କିନ୍ନର ସଂଘ ଓ ମାତୃଶକ୍ତି ସ୍ବୟଂ ସହାୟକ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details