ଭଦ୍ରକ: ଭୂମିହୀନଙ୍କ ପଟ୍ଟା ଦାବି । ଭଦ୍ରକ ପୌରପାଳିକା ଅନ୍ତର୍ଗତ 10 ନମ୍ବର ୱାର୍ଡର ଜଗନ୍ନାଥପୁର ସ୍ଥିତ ଜେନା ସାହିର ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକମାନେ ସେହି ଅଞ୍ଚଳରେ ପ୍ରାୟ ତିନି ପୁରୁଷ ଧରି ବସବାସ କରନ୍ତି। ହେଲେ ସେମାନଙ୍କୁ ଅଦ୍ୟାବଧି ସହରାଞ୍ଚଳ ଭୂମିହୀନ ପଟ୍ଟା ଯୋଜନା ଓ ସୌଭାଗ୍ୟ ଯୋଜନା ପରି ସରକାରଙ୍କର ବିଭିନ୍ନ ଯୋଜନାରେ ସାମିଲ କରାଯାଇନଥିବା ଜଣାପଡିଛି ।
ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଭୂମିହୀନ - ସୌଭାଗ୍ୟ ଯୋଜନା
ଭୂମିହୀନମାନେ ପଟ୍ଟା ଦାବି ନେଇ ଗତ ରବିବାର ଦିନ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ । ଆଗାମୀ ଦିନରେ ସେମାନଙ୍କୁ ରହୁଥିବା ସ୍ଥାନର ଜମି ପଟ୍ଟା ପ୍ରଦାନ କରାନଗଲେ ସେମାନେ ଧାରଣାରେ ବସିବା ସହ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମହତ୍ୟା କରିବେ ବୋଲି ପ୍ରକାଶ କରିଛନ୍ତି ।
![ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଭୂମିହୀନ bhadrak](https://etvbharatimages.akamaized.net/etvbharat/prod-images/768-512-5249473-thumbnail-3x2-collage.jpg)
bhadrak
ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଭୂମିହୀନ
ଏହାର ପ୍ରତିବାଦ କରି ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଥିଲେ । ଆଗାମୀ ଦିନରେ ସେମାନଙ୍କୁ ରହୁଥିବା ସ୍ଥାନର ଜମି ପଟ୍ଟା ପ୍ରଦାନ କରାନଗଲେ ସେଠାରେ ବସବାସ କରୁଥିବା ସମସ୍ତେ ପରିବାର ସହ ଧାରଣାରେ ବସିବା ସହ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମହତ୍ୟା କରିବେ ବୋଲି ପ୍ରକାଶ କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ