ଓଡିଶା

odisha

ETV Bharat / state

ପୂର୍ଣ୍ଣାଙ୍ଗ ମଡିକାଲ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ 5ଫୁଟ ଲମ୍ବର ଚିଠି - Kanpada Panchayat residents send 5-foot letter to Chief Minister

ପୂର୍ଣ୍ଣାଙ୍ଗ ଚିକିତ୍ସାଳୟର ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ଚିଠି । ଭଦ୍ରକ ଜିଲ୍ଲା କାଁପଡା ପଞ୍ଚାୟତର କାଁପଡାବାସୀ ଓ ସମାଜସେବୀ ସ୍ଥାନୀୟ ବିଡିଓଙ୍କ ଜରିଆରେ ଏହି ଚିଠି ଦେଇଛନ୍ତି । ଅଧିକ ପଢନ୍ତୁ

ପୂର୍ଣ୍ଣାଙ୍ଗ ମଡିକାଲ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ 5 ଫୁଟ ଲମ୍ବର ଚିଠି
ପୂର୍ଣ୍ଣାଙ୍ଗ ମଡିକାଲ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ 5 ଫୁଟ ଲମ୍ବର ଚିଠି

By

Published : Jan 11, 2022, 10:28 PM IST

ଭଦ୍ରକ:ପୂର୍ଣ୍ଣାଙ୍ଗ ଚିକିତ୍ସାଳୟର ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଞ୍ଚ ଫୁଟ ଲମ୍ବର ଏକ ଖୋଲା ଚିଠି। ଭଦ୍ରକ ଜିଲ୍ଲା କାଁପଡା ପଞ୍ଚାୟତର କାଁପଡାବାସୀ ଓ ସମାଜସେବୀ ସ୍ଥାନୀୟ ବିଡିଓଙ୍କ ଜରିଆରେ ଏହି ଚିଠି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ବିକାଶର ଚିହ୍ନ ନଥିବା କାଁପଡା ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କରିବା ଲାଗି ଦାବି କରାଯାଇଛି ଏହି ଚିଠିରେ। କାଁପଡା ଗ୍ରାମ ପଞ୍ଚାୟତର ସମସ୍ତ ବାସିନ୍ଦା ଅନୁସୂଚିତ ଜାତିର। ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଏହି ଲୋକ ମାନେ ।

ପୂର୍ଣ୍ଣାଙ୍ଗ ମଡିକାଲ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ 5 ଫୁଟ ଲମ୍ବର ଚିଠି

ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି ପୂର୍ଣ୍ଣାଙ୍ଗ ମେଡିକାଲ ପାଇଁ ବିଭିନ୍ନ ସମୟରେ ଅନଶନ, ଗଣଧାରଣା ଜରିଆରେ ପ୍ରତିବାଦ ମଧ୍ୟ କରିଛନ୍ତି । ମାତ୍ର ରାଜନୈତିକ ଚକ୍ରବ୍ୟୁହରେ ବିକାଶ କେବଳ କଥାରେ ରହିଯାଇଛି । ଗତ 2016-17 ଆର୍ଥିକ ବର୍ଷରେ ଏଠାରେ ଏକ ପ୍ରାଥମିକ ଚିକିତ୍ସାଳୟ ନିର୍ମାଣ ଆରମ୍ଭ ହୋଇଥିଲା। ମାତ୍ର ଏଯାଏଁ ଏହା ପୂର୍ଣ୍ଣାଙ୍ଗ ହୋଇପାରିଲା ନାହିଁ।

ଯାହାକୁ ନେଇ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ସହିତ ସମାଜସେବୀ ମାନେ ଦୀର୍ଘଦିନ ଧରି କାଁପଡା ବଜାରରେ ଧାରଣାରେ ବସିଥିଲେ । ପରେ ବିଡିଓଙ୍କ ଜରିଆରେ ପାଞ୍ଚ ଫୁଟ ଲମ୍ବର ଏକ ଖୋଲା ଚିଠି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ପ୍ରଦାନ କରିଛନ୍ତି। ଏହି ଚିଠିରେ ପ୍ରାଥମିକ ଚିକିତ୍ସାଳୟର ପୂର୍ଣ୍ଣାଙ୍ଗ ସହିତ ସମଗ୍ର ପଞ୍ଚାୟତର ବିକାଶ କରିବା ଲାଗି ମୁଖ୍ୟମନ୍ତ୍ରୀ ସହୃଦୟତାର ସହିତ ବିଚାର କରିବା ସହ ଏହି ପଞ୍ଚାୟତକୁ ଗସ୍ତ କରିବା ଲାଗି ଦାବି କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details