ଭଦ୍ରକ: ଆରମ୍ଭ ହୋଇଯାଇଛି ଭଦ୍ରକର ଐତିହାସିକ କାଳୀପୂଜା। ଭଦ୍ରକାଳୀଙ୍କ ପୀଠରେ ସପ୍ତମାତୃକା ବେଶରେ ଆଜି ପୂଜା ପାଇବେ ମା '।
ପ୍ରଥମ ଦିନରେ ମାଆ ବେଦମାତା ବେଶରେ ପୂଜା ପାଉଛନ୍ତି । ଏହି ଅବସରରେ ମା'ଙ୍କୁ ସ୍ଵତନ୍ତ୍ର ଭାବେ ପୂଜାର୍ଚ୍ଚନା ସହ ହୋମ ଯଜ୍ଞ, ଚଣ୍ଡିପାଠ ଅନୁଷ୍ଠିତ ହୋଇଛି ।

ମନ୍ଦିରର ପହୁଡ଼ ଖୋଲାଯିବା ସହ ମଙ୍ଗଳ ଆଳତି କରାଯାଇଥିଲା। ପରେ ମା' ସୁସଜ୍ଜିତ ହୋଇ ଶ୍ରଦ୍ଧାଳୁଙ୍କୁ ବେଦମାତା ବେଶରେ ଦର୍ଶନ ଦେଇଛନ୍ତି। ମା'ଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ