ଓଡିଶା

odisha

ETV Bharat / state

ସୁନ୍ଦରଗଡ ଗାଁ ସାଥୀ ହତ୍ୟା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବିକଲା ଭଦ୍ରକ ଗାଁ ସାଥୀ ସଙ୍ଘ - ଜିଲ୍ଲାପାଳ କାର୍ଯ୍ୟାଳୟରେ ଧାରଣା ଭଦ୍ରକ

ସୁନ୍ଦରଗଡ ଜିଲ୍ଲାରେ ଗାଁ ସାଥୀଙ୍କୁ ହତ୍ୟା କରାଯିବା ଘଟଣାର ନ୍ୟାୟ ଦାବିକରି ଭଦ୍ରକ ଗାଁ ସାଥୀ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ଅଧିକ ପଢନ୍ତୁ...

ସୁନ୍ଦରଗଡରେ ଗାଁ ସାଥୀ ହତ୍ୟା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବିକଲା ଭଦ୍ରକ ଗାଁ ସାଥୀ ସଙ୍ଘ
ସୁନ୍ଦରଗଡରେ ଗାଁ ସାଥୀ ହତ୍ୟା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବିକଲା ଭଦ୍ରକ ଗାଁ ସାଥୀ ସଙ୍ଘ

By

Published : Jan 19, 2021, 4:41 PM IST

Updated : Jan 19, 2021, 4:59 PM IST

ଭଦ୍ରକ: ସୁନ୍ଦରଗଡର ମାମଲାକୁ ନେଇ ଭଦ୍ରକରେ ଧାରଣା । ଜିଲ୍ଲାରେ ଗାଁ ସାଥୀ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ସୁନ୍ଦରଗଡ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରି ଏହି ଧାରଣା ଦେଇଛି ଗାଁ ସାଥୀ ପରିବାର ।

ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲାର ଜଣେ ଗାଁ ସାଥୀଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯିବା ଘଟଣାକୁ କଡା ନିନ୍ଦା କରିଛି ଭଦ୍ରକ ଗାଁ ସାଥୀ ପରିବାର । ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି କରିଛି ସାଥୀ ପରିବାର । ଏଥିସହ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ୍ଷ ହସ୍ତକ୍ଷେପ ଦାବି କରି ଭଦ୍ରକ ଗାଁ ସାଥୀ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।

ସୁନ୍ଦରଗଡ ଗାଁ ସାଥୀ ହତ୍ୟା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବିକଲା ଭଦ୍ରକ ଗାଁ ସାଥୀ ସଙ୍ଘ

ସେହିପରି ଭଦ୍ରକ ଜିଲ୍ଲାର ବିଡିଓମାନେ ମଧ୍ୟ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଯେଉଁଥି ପାଇଁ ଗାଁ ସାଥୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛି ପରିବାର । ଏଥିସହ ରାଜ୍ୟରେ ସ୍ଥାୟୀ ନିଯୁକ୍ତି ଦାବି କରିଛି ସାଥୀ ପରିବାର । ତେବେ ସରକାରୀ ନିର୍ଦ୍ଦେଶକୁ ଅବମାନନା କରୁଥିବାରୁ ଆଜି(ମଙ୍ଗଳବାର) ଜିଲ୍ଲାର ସମସ୍ତ ଗାଁ ସାଥୀମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଥିଲେ । ତେବେ ଜିଲ୍ଲା ପ୍ରଶାସନ ଆଗାମୀ ଦିନରେ ଗାଁ ସାଥୀଙ୍କୁ ସୁରକ୍ଷା ସହ ସେମାନଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Jan 19, 2021, 4:59 PM IST

ABOUT THE AUTHOR

...view details