ଓଡିଶା

odisha

ETV Bharat / state

ଭଦ୍ରକରେ କମୁଛି ବୈତରଣୀ ଜଳସ୍ତର - ଭଦ୍ରକ ବନ୍ୟା ଖବର

ଭଦ୍ରକରେ ବନ୍ୟା ସ୍ଥିତି ସଂଗୀନ ହେଉଛି । ଲୋକଙ୍କ ଦୁର୍ଦ୍ଦଶା ବଢୁଛି । ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ । ପଢନ୍ତୁ ଭଦ୍ରକ ଜିଲ୍ଲାର ବନ୍ୟା ସ୍ଥିତି କଣ ରହିଛି ବର୍ତ୍ତମାନ ...

Bhadrak floosd
Bhadrak floosd

By

Published : Aug 28, 2020, 4:48 PM IST

ଭଦ୍ରକ: ଭଦ୍ରକ ଆଖୁଆପଦା ଠାରେ କମୁଛି ବୈତରଣୀ ନଦୀର ଜଳସ୍ତର । ହେଲେ ଏବେବି ଦୁର୍ଦ୍ଦଶା ମଧ୍ୟରେ ଧାମନଗର ବ୍ଳକବାସୀ। ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ଥିବା ବେଳେ ଆଜି ( ଶୁକ୍ରବାର) ଅପରାହ୍ନ 3 ଟା ସୁଦ୍ଧା ଏହା 19.23 ମିଟର ରହିଛି । ଧାମନଗର ବ୍ଳକରେ ଥିବା ଦୋବଲ, ପଧାନୀ, ଆନନ୍ଦପୁର, ଖଡିପଦା ଓ ଦଳାଙ୍ଗ ପଞ୍ଚାୟତର 20 ଟି ଗ୍ରାମ ଏବେବି ଜଳମଗ୍ନ ହୋଇରହିଛି। ଏହି ଅଞ୍ଚଳ ସବୁ ଜଳବନ୍ଦୀ ଅବସ୍ଥାରେ ଥିବାରୁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଯାଇଛି।

କମୁଛି ବୈତରଣୀ ଜଳସ୍ତର; କମୁଛି ବୈତରଣୀ ଜଳସ୍ତର

ଅନ୍ୟପଟେ ଗେଙ୍ଗୁଟି ନଦୀ ଉପରେ ଦୋବଲ ନିକଟରେ ଥିବା ପୋଲ ଉପରେ 4 ଫୁଟ ପାଣି ଚାଲିଛି। ଏଥିଯୋଗୁଁ ଭଦ୍ରକରୁ ଧାମନଗର ଦେଇ ଯାଜପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଭଦ୍ରକ-ଆଖଣ୍ଡଳମଣି ରାସ୍ତାର କୋଠାର ଛକ ପାଖରେ ରାସ୍ତା ଉପରେ 3 ଫୁଟର ବନ୍ୟା ଜଳ ପ୍ରଭାବିତ ହେଉଥିବାରୁ ଭଦ୍ରକ-ଆଖଣ୍ଡଳମଣି ଯୋଗାଯୋଗ ମଧ୍ଯ ବିଛିନ୍ନ ହୋଇଛି।

ଯେଉଁମାନେ ବନ୍ୟାଜଳରେ ଫସି ରହିଛନ୍ତି, ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଉଛି। ବନ୍ୟା ପ୍ରପୀଡିତ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଛି। ମୋଟାମୋଟି ଧାମନଗର ବ୍ଳକର ଏହିସବୁ ବନ୍ୟା ପ୍ଳାବିତ ଅଞ୍ଚଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details