ଓଡିଶା

odisha

ETV Bharat / state

ଭଦ୍ରକରେ ବନ୍ୟା ସ୍ଥିତି ସୁଧୁରୁଛି: ଜିଲ୍ଲାପାଳ

ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇ ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ବର୍ତ୍ତମାନ ଜିଲ୍ଲାରୁ ବନ୍ୟା ଜଳ ଧୀରେ ଧୀର ହ୍ରାସ ପାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

By

Published : Aug 30, 2020, 11:07 PM IST

Updated : Aug 31, 2020, 3:55 PM IST

Bhadrak DM
Bhadrak DM

ଭଦ୍ରକ:ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇ ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଆଖୁଆପଦା ଠାରେ ବୈତରଣୀ ନଦୀର ବିପଦ ସଙ୍କେତ 17.83 ମିଟର ରହିଛି । ନଦୀର ଜଳ ସ୍ତର ବୃଦ୍ଧି ଯୋଗୁଁ ପ୍ରଥମେ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି। ପରେ ତିହିଡି ଓ ଚାନ୍ଦବାଲି ଅଞ୍ଚଳର କିଛି ଅଂଶ ପ୍ରଭାବିତ ହୋଇଛି ବୋଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।

ଭଦ୍ରକରେ ବନ୍ୟା ସ୍ଥିତି ସୁଧୁରୁଛି : ଜିଲ୍ଲାପାଳ

ରାସ୍ତା ଉପରେ ବନ୍ୟା ପାଣି ମାଡିଯିବା ଫଳରେ ଯେଉଁସବୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ସେସବୁ ସାମାନ୍ୟ ହୋଇ ଯାଇଛି । ତେବେ ଅଦ୍ୟାବଧି ଭଣ୍ଡାରିପୋଖରୀ ଓ ତିହିଡି ଅଞ୍ଚଳରେ ଅନେକ ଚାଷ ଜମି ପାଣି ଘେରରେ ଥିବା କହିଛନ୍ତି ଜିଲ୍ଲାପାଳ। ସୋମବାର ସୁଦ୍ଧା ପ୍ରାୟ ସମସ୍ତ ଅଞ୍ଚଳରୁ ପାଣି କମିଯିବ ବୋଲି ସେ କହିଛନ୍ତି ।

ଏଥିସହ ବନ୍ୟା ଯୋଗୁଁ ଯେଉଁ ଘର କ୍ଷତିଗ୍ରସ୍ତ ହୋଇଛି ସେସବୁର ଆକଳନ ଆରମ୍ଭ ହୋଇଯାଇଛି। ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ପାନୀୟଜଳ ସମସ୍ୟାର ସମାଧାନ କରାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ଯ ଆରମ୍ଭ ହୋଇଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Aug 31, 2020, 3:55 PM IST

ABOUT THE AUTHOR

...view details