ଓଡିଶା

odisha

ETV Bharat / state

'ବୁଲବୁଲ' କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ବିକ୍ଷୋଭ ଶୋଭାଯାତ୍ରା - bhadrak Farmer protest

'ବୁଲବୁଲ' କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ତିହିଡି ବ୍ଲକ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ।

ଫଟୋ ସୌଜନ୍ୟ ସମ୍ବାଦଦାତା, ଭଦ୍ରକ

By

Published : Nov 20, 2019, 5:31 AM IST

ଭଦ୍ରକ: 'ବୁଲବୁଲ' କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦାବିରେ ତିହିଡି ବ୍ଲକ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ଶତାଧିକ ଚାଷୀ ଏଥିରେ ସାମିଲ ହୋଇ ବ୍ଲକ ଛକରୁ ବାହାରି ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଏହାପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 6 ଦଫା ସମ୍ବଳିତ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ ସମ୍ବାଦଦାତା, ଭଦ୍ରକ

ତିହିଡି ବ୍ଲକକୁ ସମ୍ପୂର୍ଣ୍ଣ ବାତ୍ୟା ପ୍ରଭାବିତ ଅଞ୍ଚଳ ଘୋଷଣା କରିବା, ଚାଷୀ ଓ ଭାଗଚାଷୀମାନଙ୍କୁ ଏକର ପିଛା 20,000 ଟଙ୍କା କ୍ଷତିପୂରଣ ଦେବା ସହିତ ସେବା ସମବାୟ ସମିତିରୁ ଋଣ କରି ଚାଷ କରିଥିବା ସମସ୍ତ ଚାଷୀଙ୍କ ଋଣ ଛାଡ କରିବାକୁ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା ।

ଭଦ୍ରକ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details