ଓଡିଶା

odisha

ETV Bharat / state

ଦୁଃଖ ଦେଉଛି ସାଳନ୍ଦୀ, ଅସରାଏ ବର୍ଷାରେ ଭାସୁଛି ଭଦ୍ରକ

ଭଦ୍ରକ ସହରର ଦୁଃଖ ହେଉଛି ସାଳନ୍ଦୀ । ସାଳନ୍ଦୀ ନଦୀରେ ସୃଷ୍ଟି ହେଉଥିବା ବନ୍ୟା ଯୋଗୁଁ ବାରମ୍ବାର କ୍ଷତିଗ୍ରସ୍ତ ହେଉଛି ଭଦ୍ରକ ସହର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : Jun 26, 2019, 4:13 PM IST

ଭଦ୍ରକ: ସାଳନ୍ଦୀ ନଦୀ କୂଳରେ ଭଦ୍ରକ ସହର। ସାଳନ୍ଦୀ ନଦୀରେ ବନ୍ୟାଜଳ ଆସିଲେ ଭଦ୍ରକ ସହର ଜଳାର୍ଣ୍ଣବ ହୋଇଯାଏ । ଏହି ସମସ୍ଯା ପାଇଁ ଭଦ୍ରକବାସୀ ବେଶ ଚିନ୍ତିତ ହୋଇଥାନ୍ତି । ବନ୍ୟା ସ୍ଥିତି ଉପୁଜିବାର ପ୍ରମୁଖ କାରଣ ହେଉଛି ନଦୀରେ ଥିବା ଦଳ । ଏହି ଦଳ ଯୋଗୁଁ ନଦୀ ପୋତି ହୋଇଯାଉଛି । ଫଳରେ ବନ୍ୟାଜଳ ସହରରେ ପଶୁଛି । ଆଗକୁ ବର୍ଷା ଋତୁ ଥିବାରୁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସାଳନ୍ଦୀ ସଂସ୍କାର ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଫଳାଫଳ ଶୂନ । ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସହରବାସୀ । ସହରକୁ ବନ୍ୟାରୁ ରକ୍ଷା ପାଇବା ପାଇଁ ଆରମ୍ଭ ହୋଇଥିଲା ସାଳନ୍ଦୀ ସଂସ୍କାର ଯୋଜନା । ଏହି ଯୋଜନାରେ ଖର୍ଚ୍ଚ ହୋଇଥିଲା କୋଟି କୋଟି ଟଙ୍କା । ଆଶା ଥିଲା ଏହି ଯୋଜନା ବେଶ ଫଳପ୍ରଦ ହେବ । ହେଲେ ଫଳାଫଳ ହେଲା ଓଲଟା । ଯୋଜନା କାର୍ଯ୍ୟକାରୀ ପରେ ବି ନଦୀରେ କୁଢ କୁଢ ଦଳ । ଦଳ ଯୋଗୁଁ ପୋତି ହୋଇଯାଉଛି ନଦୀ ଶଯ୍ୟା। ଫଳସ୍ବରୁପ ସହରରେ ପଶୁଛି ବନ୍ୟାଜଳ ।

ସହରର 30ଟି ୱାର୍ଡର ଲୋକଙ୍କ ଏହି ସମସ୍ୟାକୁ ଆମେ ଭେଟିଥିଲୁ ଭଦ୍ରକ ଜିଲ୍ଲାପାଳଙ୍କୁ । ବୈଷୟିକ ସମସ୍ୟା ପାଇଁ ଦଳ ସଫା ହୋଇପାରୁ ନ ଥିବା ସେ କହିଛନ୍ତି । ଦଳ ସମସ୍ୟାର ସମାଧାନ ପାଇଁ ନିର୍ବାହ ଯନ୍ତ୍ରୀଙ୍କୁ ସେ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ନଦୀରୁ ଦଳ ସଫା ପୂର୍ବକ ଅବରୋଧ ଗୁଡିକୁ ହଟାଇବାକୁ ସାଧାରଣରେ ଦାବି ହେଉଛି । ନହେଲେ ଆଗକୁ ବର୍ଷାଦିନରେ ବନ୍ୟା ସମସ୍ୟା ଉପୁଜିବ ସେଥିରେ ସନ୍ଦେହ ନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details