ଓଡିଶା

odisha

ETV Bharat / state

ଭିଜିଲାନ୍ସ ପଞ୍ଝାରେ ଭଦ୍ରକର କାର୍ଯ୍ୟକାରୀ ଯନ୍ତ୍ରୀ - ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ

bhadrak executive engineer arrest by vigilance
ଭିଜିଲାନ୍ସ ପଞ୍ଝାରେ ଭଦ୍ରକର କାର୍ଯ୍ୟକାରୀ ଯନ୍ତ୍ରୀ

By

Published : Feb 18, 2020, 1:49 PM IST

Updated : Feb 18, 2020, 5:10 PM IST

13:43 February 18

ଭିଜିଲାନ୍ସ ପଞ୍ଝାରେ ଭଦ୍ରକର କାର୍ଯ୍ୟକାରୀ ଯନ୍ତ୍ରୀ

ଭଦ୍ରକ: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଭଦ୍ରକ ଆରଡି-1ର କାର୍ଯ୍ୟକାରୀ ଯନ୍ତ୍ରୀ ମାନସ ରଞ୍ଜନ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ । ଭୁବନେଶ୍ବର ସ୍ଥିତ ପଟିଆରୁ ଗିରଫ କରାଯାଇଥିବା ସୂଚନା ରହିଛି । 2020 ଜାନୁଆରୀ 9 ତାରିଖ। ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ-1ର ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା, 30 ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଗିରଫ ହେବାପରେ ତାଙ୍କ ବୟାନ ଆଧାରରେ ଗିରଫ ହେଇଛନ୍ତି ବିଭାଗର ଏକଜିକ୍ୟୁଟିଭ ଇଞ୍ଜିନିୟର । 

ଏହି ଲାଞ୍ଚ ମାମଲା ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କ ଜାଣତରେ ହୋଇଥିବା ଜାଣିବାକୁ ପାଇଥିଲା ଭିଜିଲାନ୍ସ । ଏହାପରେ ଭିଜିଲାନ୍ସ ରାଡର ଭିତରକୁ ଆସିଥିଲେ ଏକଜିକ୍ୟୁଟିଭ ଇଞ୍ଜିନିୟର ମାନସ ରଞ୍ଜନ ମହାନ୍ତି । ଅନୁସନ୍ଧାନ ପରେ ମାନସଙ୍କ ନାମରେ ଅନେକ ଆୟବହିର୍ଭୂତ ସମ୍ପତ୍ତି ଠୁଳ ହୋଇଥିବା ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଥିଲା । ଶେଷରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲରେ ଆଜି ଭିଜିଲାନ୍ସର ଏକ ସ୍ଵତନ୍ତ୍ର ଟିମ୍ ଏକଜିକ୍ୟୁଟିଭ ଇଞ୍ଜିନିୟର ମାନସ ରଞ୍ଜନ ମହାନ୍ତିଙ୍କୁ ଭୁବନେଶ୍ବର ପଟିଆ ଠାରେ ଗିରଫ କରାଯାଇଛି । ଏହି ଗିରଫଦାରୀ ନେଇ ଇଟିଭି ଭାରତକୁ ବାଲେଶ୍ଵର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।

ଭଦ୍ରକକୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Feb 18, 2020, 5:10 PM IST

ABOUT THE AUTHOR

...view details