ଓଡିଶା

odisha

ETV Bharat / state

ଭଦ୍ରକ ଅବକାରୀ ବିଭାଗର ଚଢାଉ, ବିପୁଳ ମହୁଲି ମଦ ସହ କାର ଜବତ - bhadrak excise department raid

ଏକ କାର ଦ୍ଵାରା ମହୁଲି ମଦ ଚୋରା ଚାଲାଣ ହେଉଥିଲା ବେଳେ ଗାଡି ଅଟକାଇଥିଲା ଅବକାରୀ ବିଭାଗ । ଗାଡିରେ ଥିବା ଚୋରା ଚାଲାଣକାରୀ ଖସି ପଳାଇବାକୁ ଟେଷ୍ଟା କରୁଥିଲା ବେଳେ ଅବକାରୀ ବିଭାଗ ଗୋଡ଼ାଇ ଗୋଡ଼ାଇ ଦୁଇ ଜଣଙ୍କୁ ଧରିଥିବା ବେଳେ ଜଣେ ଫେରାର ହେବାରେ ସକ୍ଷମ ହୋଇଛି । ଅଧିକ ପଢନ୍ତୁ...

ଭଦ୍ରକ ଅବକାରୀ ବିଭାଗର ଚଢାଉ, ବିପୁଳ ମହୁଲି ମଦ ସହ କାର ଜବତ
ଭଦ୍ରକ ଅବକାରୀ ବିଭାଗର ଚଢାଉ, ବିପୁଳ ମହୁଲି ମଦ ସହ କାର ଜବତ

By

Published : Mar 7, 2021, 4:30 PM IST

ଭଦ୍ରକ: ଏକ କାରରେ ମହୁଲି ମଦ ଚୋରା ଚାଲାଣ ହେଉଥିଲା ବେଳେ ଗାଡି ଅଟକାଇଥିଲା ଅବକାରୀ ବିଭାଗ । ଗାଡିରେ ଥିବା ଚୋରା ଚାଲାଣକାରୀ ଖସି ପଳାଇବାକୁ ଟେଷ୍ଟା କରୁଥିଲା ବେଳେ ଅବକାରୀ ବିଭାଗ ଗୋଡ଼ାଇ ଗୋଡ଼ାଇ ଦୁଇ ଜଣଙ୍କୁ ଧରିଥିବା ବେଳେ ଜଣେ ଫେରାର ହେବାରେ ସକ୍ଷମ ହୋଇଛି ।

ଭଦ୍ରକ ଅବକାରୀ ବିଭାଗର ଚଢାଉ, ବିପୁଳ ମହୁଲି ମଦ ସହ କାର ଜବତ

ସୂଚନାଯୋଗ୍ୟ ଯେ, ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ ଓ କ୍ଷିତିଶ ଦାସ ଏବଂ ଭ୍ରାମ୍ୟମାଣ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଭଦ୍ରକ ଗ୍ରାମାଞ୍ଚଳ ଥାନା ରମ୍ଭିଳା କେନାଲ ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିଲେ । ସେହି ସମୟରେ ଗୋଟିଏ ସ୍ୱିଫ୍ଟ କାରରେ 409 ଲିଟର ଦେଶୀ ରନ୍ଧା ମଦ ଚାଲାଣ ହେଉଥିବା ଖବର ପାଇଥିଲେ । ଗାଡିରେ ଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଗିରଫ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଛି ।

ଗିରଫ ଅଭିଯୁକ୍ତ ବାସୁଦେବପୁର ଥାନା ଅନ୍ତର୍ଗତ ସୁଆଁ ଗ୍ରାମର ନିରଞ୍ଜନ ସିଅଳ ଓ ସିମୁଳିଆ ଥାନା ଅନ୍ତର୍ଗତ ଧୁବଗଡ଼ିଆ ଗ୍ରାମର କମଳାକାନ୍ତ ବେହେରା । ଜବତ ମଦର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ ପ୍ରହଲ୍ଲାଦ ସାମଲ ଓ ଭବେଶ ଦାସ ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ କେସ ନଂ ୧୫୯/୨୦-୨୧ ରେ ମାମଲା ରୁଜ୍ଜୁ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details