ଭଦ୍ରକ: ଚେକ୍ ବାଉନ୍ସ କେସରେ ଫସିଛନ୍ତି ଭଦ୍ରକ ଡିଏସପି ଗୌତମ ମଲ୍ଲିକ । ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶାକ୍ରମେ ଡିଏସପିଙ୍କୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିଓରୁ ଗିରଫ କରାଯାଇଥିଲା । ଅକ୍ଟୋବର 19ରେ ଆଇଆଇସି ଗଣେଶ ପ୍ରଧାନଙ୍କ ନେତୃତ୍ବରେ ତାଙ୍କୁ ଗରିଫ କରାଯାଇ ଦିଲ୍ଲୀ ହାଇକୋର୍ଟରେ ହାଜର କରାଯାଇଥିଲା ।
ଅକ୍ଟୋବର 21ରେ ଦିଲ୍ଲୀ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଡିଏସପି ଗୌତମ ମଲ୍ଲିକଙ୍କୁ ହାଜର କଲା ଭଦ୍ରକ ପୋଲିସ । ପ୍ରକାଶଥାଉକି, 2013ରେ ଆନନ୍ଦପୁରର ବାସିନ୍ଦା ରଘୁନନ୍ଦନ ଦେଓଙ୍କ ଠାରୁ ଜମି କରାଇଦେବା କହି 20 ଲକ୍ଷଟଙ୍କା ନେଇଥିଲେ । ଜମି ନକରାଇପାରି 10 ଲକ୍ଷ ଫେରାଇଦେଇଥିଲେ କିନ୍ତୁ ବାକି 10 ଲକ୍ଷ ଫେରାଇନଥିଲେ । ଏହାକୁ ନେଇ ରଘୁନନ୍ଦନ ଏକ ମାମଲା ରୁଜୁ କରିଥିଲେ ।