ଓଡିଶା

odisha

ETV Bharat / state

ଭଦ୍ରକ ଡବଲ ମର୍ଡର ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା ମୃତକଙ୍କ ପରିବାର

ଭଦ୍ରକ ଡବଲ ମର୍ଡର କେସ । ପୋଲିସର ନିରବତା ଓ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ମୃତ ଯୁବକଙ୍କ ପରିବାର । ଏପରିକି ଏହା ସୁଜ୍ଜିତ ହତ୍ୟା ଷଡଯନ୍ତ୍ରର ମଧ୍ୟ ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

By

Published : May 15, 2019, 11:42 PM IST

Updated : May 16, 2019, 8:52 AM IST

ଭଦ୍ରକ: ଗେଷ୍ଟ ହାଉସରୁ ମୃତ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି କଲେ ଯୁବକଙ୍କ ପରିବାର ଲୋକ । ତେବେ ପୂର୍ବରୁ ଏହି ଘଟଣାରେ ଯୁବତୀଙ୍କ ପରିବାର ପକ୍ଷରୁ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନାଯୋଗ୍ୟ, ଚଳିତ ମାସ 6 ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଗେଷ୍ଟ ହାଉସ ନଂ 107 ରୁମରୁ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହେବା ପରେ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ ଯୁବତୀଙ୍କ ପରିବାର । ଯାହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ଦାବି କରିଥିଲେ । ଘଟଣାର 10 ଦିନ ପରେ ପୁଣି ଥରେ ଯୁବକଙ୍କ ପରିବାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛନ୍ତି ।

ଘଟଣାଟି ସକାଳ 06.20ରେ ମୃତଦେହ ମିଳିବା ପରେ ହୋଟେଲ ପକ୍ଷରୁ ସକାଳ 9ଟା ସୁଦ୍ଧା ଅନ୍ୟ ଜଣଙ୍କୁ କିପରି ପ୍ରବେଶ କରାଗଲା ଏବଂ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ମୃତ ଯୁବକଙ୍କ ମାଆ ସୋବେଦା ଖାତୁନ ଅଭିଯୋଗ ଆଣିଛନ୍ତି ।

ଏପରିକି ପୋଲିସର ତଦନ୍ତ ପ୍ରକ୍ରିୟା ସଠିକ ଭାବେ ପରିଚାଳିତ ହେଉନଥିବାର ଅଭିଯୋଗ କରିଛନ୍ତି ଗାଁ ସର୍ଦ୍ଦାର ମୁସ୍ତାକ ଖାନ । ଘଟଣା ଘଟିବା ପରେ ତତକ୍ଷଣାତ କାହିଁକି ଗେଷ୍ଟ ହାଉସ ମାଲିକ ପୁଲିସକୁ ନଜଣାଇ ସେହି ରୁମର କବାଟ ଭାଙ୍ଗିଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

ତେଣୁ ଏହି ହତ୍ୟାକାଣ୍ଡର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ହିଁ ଜରୁରୀ ବୋଲି ପରିବାରଲୋକଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି ।

ଭଦ୍ରକରୁ ଦେବାଶୀଷ ମହାପାତ୍ର, ଇଟିଭି ଭାରତ

Last Updated : May 16, 2019, 8:52 AM IST

ABOUT THE AUTHOR

...view details