ଓଡିଶା

odisha

ETV Bharat / state

କୋମାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁ - ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

କୋମାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁ । ଅମ୍ଳଜାନ ବିତରଣ କେନ୍ଦ୍ର ବି ବନ୍ଦ । ପାଖାପାଖି 50 ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଚିକିତ୍ସାଳୟରେ ହୋଇଥିବା ଆଇସିୟୁ ଓ ଅମ୍ଳଜାନ ବିତରଣ କେନ୍ଦ୍ର ଅଚଳ ହୋଇପଡିଛି।

ଡିଜାଇନ ଫଟୋ

By

Published : Sep 5, 2019, 6:21 PM IST

ଭଦ୍ରକ: କୋମାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁ । ଅମ୍ଳଜାନ ବିତରଣ କେନ୍ଦ୍ର ବି ବନ୍ଦ । ପାଖାପାଖି 50 ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଚିକିତ୍ସାଳୟରେ ହୋଇଥିବା ଆଇସିୟୁ ଓ ଅମ୍ଳଜାନ ବିତରଣ କେନ୍ଦ୍ର କାମ କରୁନି । ଗୁରୁତର ରୋଗୀଙ୍କୁ ବାଧ୍ୟ ହୋଇ କଟକ ସ୍ଥାନାନ୍ତରିତ କରାଯାଉଛି । ସେପଟେ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି ଦର୍ଶାଇ ହାତଟେକି ଦେଇଛନ୍ତି ବିଭାଗୀୟ ଅଧିକାରୀ।

ଭଦ୍ରକ ଜିଲ୍ଲାର 7 ଟି ବ୍ଲକର 15 ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସମେତ ଆଖପାଖ 3 ଟି ଜିଲ୍ଲାର ଲୋକେ ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ଉପରେ ନିର୍ଭର କରନ୍ତି। ଏହାକୁ ଦୃଷ୍ଟିରେ ରଖି 4 ଶଯ୍ୟା ବିଶିଷ୍ଟ ଏକ ଆଇସିୟୁ କରାଯାଇଥିଲା । ଯାହା ଏବେ କାର୍ଯ୍ୟକ୍ଷମ ହେଉନାହିଁ ।

ସୂଚନା ଅନୁଯାୟୀ, 2016 ମସିହାରେ 1011 ଜଣ, 2017 ମସିହାରେ 1403 ଜଣ, 2018 ମସିହାରେ 1304 ଜଣ ଏବଂ 2019 ମସିହାରେ ଅଦ୍ୟାବଧି 648 ଙ୍କୁ ମିଶାଇ ମୋଟ 4366 ଜଣ ଆଇସିୟୁ ନିର୍ଭରଶୀଳ ରୋଗୀଙ୍କୁ ଏହି ଆଇସିୟୁ ପ୍ରତିଷ୍ଠା ହେବା ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ବହୁମୂଲ୍ୟ ଭେଣ୍ଟିଲେଟର ଏବଂ ମନିଟରିଂ ବ୍ୟବସ୍ଥା ସହିତ ସମସ୍ତ ନୂତନ ଯନ୍ତ୍ରାଂଶ ଧୀରେ ଧୀରେ ଧ୍ବଂସ ହେବାକୁ ଯାଉଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଏଥିସହ 36 ଟି ବେଡ୍ ପାଇଁ ପ୍ରତିଷ୍ଠା କରାଯାଇଥିବା ଅମ୍ଳଜାନ ବିତରଣ କେନ୍ଦ୍ର ପ୍ରତିଷ୍ଠା ହେବା ଦିନ ଠାରୁ ଠପ ହୋଇଯାଇଛି। ସେପଟେ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଏପରି ସମସ୍ୟା ଉପୁଜିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details