ଭଦ୍ରକ: ଜିଲ୍ଲା ପୌରପାଳିକା ଅନ୍ତର୍ଗତ କଚେରୀ ବଜାର ମୋଚିପଟି ଛକରୁ ମା ଭଦ୍ରକାଳୀ ପର୍ଯ୍ୟନ୍ତ ରାସ୍ତାର ଜବରଦଖଲ ଉଚ୍ଛେଦ ଦାବି କରି ଜିଲ୍ଲାପାଳଙ୍କୁ ଏକ ସ୍ମାରକୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା କଚେରୀ ବଜାର ମୋଚି ଛକରୁ ନଂଗାମହଲ୍ଲା, ଶଙ୍କରପୁର, ପୁରୁଣା ବଜାର, ବାଙ୍କା ବଜାର, ସଙ୍ଗତ ଛକଠାରୁ ଗୁଜିଦରଡ଼ା ପଞ୍ଚାୟତ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ ଓ ସ୍ଥାୟୀ ନିର୍ମାଣ ପାଇଁ ଇତି ମଧ୍ୟରେ ବିଭାଗୀୟ ଟେଣ୍ଡର ଆହ୍ବାନ କରାଯାଇଛି । ଭଦ୍ରକ କଂଗ୍ରେସ ପକ୍ଷରୁ ଏହାକୁ ସ୍ଵାଗତ କରାଯିବା ସହ ରାସ୍ତା ପାର୍ଶ୍ଵରୁ ଜବର ଦଖଲ ଉଚ୍ଛେଦ ଲାଗି ଦାବି କରାଯାଇଛି ( congress memorandum to collector on eviction issue ) ।
କଂଗ୍ରେସ ଦଳ ପକ୍ଷରୁ ଦର୍ଶାଯାଇଛି ଯେ, ଏହି ରାସ୍ତାର ପୁନରୁଦ୍ଧାର ହେଲେ ପୌରପାଳିକାର 30ଟି ୱାର୍ଡ ମଧ୍ୟରୁ 15ଟି ୱାର୍ଡ଼ର 60 ହଜାରରୁ ଊର୍ଦ୍ଧ୍ବ ଓ ଗୁଜିଦାରଡ଼ା, ଖଣ୍ଡପଡ଼ା, ବେନ୍ତାଳ ପଞ୍ଚାୟତର 40 ହଜାରରୁ ଅଧିକ ବାସିନ୍ଦା ଉପକୃତ ହେବେ । ତେବେ ପୂର୍ବରୁ ଏହି ରାସ୍ତା ନିର୍ମାଣ ପାଇଁ 2018 ଅଗଷ୍ଟ 1 ତାରିଖରେ କଂଗ୍ରେସ ପକ୍ଷରୁ ହଳଦୀଡିହ ବାଇପାସଠାରେ ରାସ୍ତାରୋକ କରାଯାଇଥିଲା । ପରେ 2018 ସେପ୍ଟେମ୍ବରରେ ଉକ୍ତ ରାସ୍ତାର ନିର୍ମାଣ ପାଇଁ 5 କୋଟି 20 ଲକ୍ଷ ଟଙ୍କା ମଞ୍ଜୁର କରାଯାଇ ଟେଣ୍ଡର ଆହ୍ବାନ କରାଯାଇଥିଲା । ହେଲେ ଇତିମଧ୍ୟରେ 4 ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପ୍ରତିଶ୍ରୁତି କାର୍ଯ୍ୟକାରୀ ନହେବାରୁ ଚଳିତ ବର୍ଷ ଜୁଲାଇ 13ରେ ଭଦ୍ରକ କଂଗ୍ରେସ ପକ୍ଷରୁ ପୁରୁଣା ବଜାର ତିନି ଛକିରେ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା ।