ଓଡିଶା

odisha

ETV Bharat / state

କୋରୋନା ସତର୍କତା: ଭଦ୍ରକରେ ଲାଗୁହେଲା ଅଡ-ଇଭେନ ଫର୍ମୁଲା - Corona resistance

କୋରୋନା ମହାମାରୀ ପ୍ରତିରୋଧ ନିମନ୍ତେ ନୂଆ ନିର୍ଦ୍ଦେଶନାମା ଜାରି। ଯୁଗ୍ମ ଅଯୁଗ୍ମ ନମ୍ବର ଅନୁଯାୟୀ ଅଟୋ ରିକ୍ସା ଚଳାଚଳ କରିବାକୁ ନିର୍ଦ୍ଦେଶ। ଅଧିକ ପଢନ୍ତୁ...

Bhadrak district administration's crackdown on Corona resistance
କୋରୋନା ପ୍ରତିରୋଧ ନିମନ୍ତେ ଭଦ୍ରକ ଜିଲ୍ଲା ପ୍ରଶାସନର କଟକଣା

By

Published : Mar 21, 2020, 12:55 PM IST

Updated : Mar 21, 2020, 5:47 PM IST

ଭଦ୍ରକ: କୋରୋନା ମହାମାରୀର ପ୍ରତିରୋଧ ନିମନ୍ତେ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ। ଯୁଗ୍ମ ଅଯୁଗ୍ମ ନମ୍ବର ଅନୁଯାୟୀ ଅଟୋ ରିକ୍ସା ଚଳାଚଳ କରିବାକୁ ଦିଆଗଲା ନିର୍ଦ୍ଦେଶ। ହୋଟେଲରେ ଏକତ୍ରୀତ ହୋଇ ଖାଇବା ଉପରେ କଟକଣା ଲଗାଯିବା ସହ ସହରର ସମସ୍ତ ରେସ୍ତୋରାଁ, ବାର, କଫି ସପ, କ୍ୟାଣ୍ଟିନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭଦ୍ରକରେ ଲାଗୁହେଲା ଅଡ-ଇଭେନ ଫର୍ମୁଲା

ଅନ୍ୟପଟେ ହୋଟେଲକୁ ଆସୁଥିବା ଅତିଥିମାନେ ଅତି କମରେ 2 ମିଟର ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ହୋଟେଲ ମାଲିକମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି। ସମସ୍ତ ମାର୍କେଟ, କେନ୍ଦ୍ରୀଭୂତ ସ୍ଥାନ, ଗାଁ ହାଟ ଇତ୍ୟାଦିକୁ ନିୟନ୍ତ୍ରଣରେ ରଖି କେବଳ ଅତ୍ୟାବଶ୍ୟକ ଜିନିଷ ବିକ୍ରୀ ନିମନ୍ତେ ଅନୁମତି ପ୍ରଦାନ କରାଯିବା ସହ କୌଣସି ସ୍ଥାନରେ 7ରୁ ଅଧିକ ଲୋକ ଏକତ୍ରୀତ ନହେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Mar 21, 2020, 5:47 PM IST

ABOUT THE AUTHOR

...view details