ଭଦ୍ରକ: ପ୍ରବାସୀ ଓଡ଼ିଆଙ୍କ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନର ଅବହେଳା । ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କ ପ୍ରତି ସମସ୍ତ ସହାନୁଭୂତି ଦେଖାଇବା ସହ ଜ଼ିଲ୍ଲାରେ ପହଞ୍ଚିବା କ୍ଷଣି ସମସ୍ତଙ୍କୁ ନିଜନିଜ ଅଞ୍ଚଳରେ ପହଞ୍ଚାଇବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଭଦ୍ରକ ଜ଼ିଲ୍ଲା ପ୍ରଶାସନ ସେଥିପ୍ରତି ଗୁରୁତ୍ବ ଦେଇ ନ ଥିବା ଅଭିଯୋଗ ହୋଇଛି । ଯାହାର ନଜିର ଦେଖିବାକୁ ମିଳିଛି ଭଦ୍ରକ ବନ୍ତ ଛକଠାରେ ।
ସୁରାଟରୁ କିଛି ପ୍ରବାସୀ ଓଡ଼ିଆ, ସେମାନଙ୍କ ନାମ ପଞ୍ଜୀକରଣ କରିବା ପରେ, ସେମାନଙ୍କ ଖର୍ଚ୍ଚରେ ରବିବାର ସକାଳେ ମଙ୍ଗୁଳି ଠାରେ ପହଞ୍ଚି ଥିଲେ। ସେଠାରୁ ଚାଲିଚାଲି ଭଦ୍ରକ ଜିଲ୍ଲାରେ ପହଞ୍ଚିଛନ୍ତି । ହେଲେ ପ୍ରଶାସନ ପକ୍ଷରୁ କୌଣସି ସହାୟତା ନପାଇ ସେମାନେ ନିଜ ନିଜ ଘରକୁ ଯାଉଥିଲେ । ତେବେ ସେମାନଙ୍କୁ ବନ୍ତ ଛକ ଠାରେ ପୋଲିସ ଦୀର୍ଘ ସମୟ ଧରି ଅଟକାଇଥିଲେ।