ଭଦ୍ରକ:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ଗ୍ରାମାଞ୍ଚଳ ରାଜନୀତି । ଏହାରି ମଧ୍ୟରେ ଚାଲିଛି ଦଳଡିଆଁ ପର୍ବ । ଧାମନଗର ବ୍ଲକରେ ପ୍ରଭାବ ରଖୁଥିବା ବିଜେପିର ଜଣେ ଦୃଢ ସଂଗଠକ ଆଜି ବିଜେଡିରେ ସାମିଲ ହୋଇଛନ୍ତି।
ସୂଚନା ଅନୁସାରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବାସଭବନରେ ଆଜି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତ ରାୟ ଏବଂ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଉପସ୍ଥିତିରେ ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି ଉପାଧ୍ୟକ୍ଷା ବିଲାସିନୀ ଘୋଷଙ୍କ ସ୍ଵାମୀ ତଥା ବରିଷ୍ଠ ବିଜେପି ସଂଗଠକ ସୁନୀଲ ଘୋଷଙ୍କ ସହ ଶତାଧିକା କର୍ମୀ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ବିଜେପି ଦଳରେ ଅଣନିଶ୍ବାସୀ ହୋଇ ନିଜର ସ୍ବାଧୀନତା ହରାଇବା ପରେ ସମର୍ଥକଙ୍କ ସହିତ ଦଳ ଛାଡିଥିବା ଜଣାପଡିଛି ।