ଓଡିଶା

odisha

ETV Bharat / state

କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ

ଭଦ୍ରକ ଜିଲ୍ଲାରେ ଦିନକରେ 66 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2165 ରେ ପହଞ୍ଚିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ
କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ

By

Published : Aug 24, 2020, 4:17 PM IST

ଭଦ୍ରକ: ଜିଲ୍ଲାରେ ସୋମବାର 66 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2165 ରେ ପହଞ୍ଚିଛି । ଆଜି 7 ଟି ବ୍ଲକ ରୁ 57 ଜଣ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ମୁନିସିପାଲଟିରୁ 7 ଜଣ ଓ ଗୋଟିଏ ଏନଏସିରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ଅନ୍ୟ ଜିଲ୍ଲାରୁ ଆସିଥିବା ସ୍ଥାନୀୟ ଲୋକେ ଚିହ୍ନଟ କରାଯାଇଛି । ଆଜି ଚିହ୍ନଟ 66 ଜଣଙ୍କ ମଧ୍ୟରୁ ସମସ୍ତେ ସ୍ଥାନୀୟ ସଂକ୍ରମଣ ଥିବା ଜଣାପଡ଼ିଛି ।

କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ
କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ

ତେଣୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ଥମୁ ନାହିଁ । ଏହା ଜିଲ୍ଲାରେ କୋରୋନା ଚେନ ଭାଙ୍ଗିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ବାସୁଦେବପୁର ବ୍ଲକରୁ ସର୍ବାଧିକ 27 ଜଣ, ଚାନ୍ଦବାଲି ବ୍ଲକରୁ 24 ଜଣ, ବ୍ଳକରୁ 2 ଜଣ, ଭଦ୍ରକ, ଭଣ୍ଡାରିପୋଖରୀ, ଧାମନଗର ଓ ତିହିଡ଼ି ବ୍ଲକରୁ ଜଣେ ଲେଖାଏଁ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବାସୁଦେବପୁର ମୁନିସିପାଲଟି ରୁ 7 ଜଣ ଚିହ୍ନଟ ହୋଇଥିବା ବେଳେ ଚାନ୍ଦବାଲି ଏନଏସିରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ
କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ

ଅଦ୍ୟାବଧି ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1187 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକି ଗତ 24 ଘଣ୍ଟା ମଧ୍ୟରେ 79 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ତେବେ ଅଦ୍ୟାବଧି 972 ଜଣ ଚିକିତ୍ସିତ ହେଉଛନ୍ତି । ଅଦ୍ୟାବଧି ଜିଲ୍ଲାରୁ ମୋଟ 41750 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ।

କୋରୋନା ଅପଡେଟ, ଦିନକରେ 66 ଜଣ ସଂକ୍ରମିତ

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details