ଓଡିଶା

odisha

By

Published : Aug 13, 2020, 10:01 AM IST

Updated : Aug 13, 2020, 3:24 PM IST

ETV Bharat / state

ଭଦ୍ରକରୁ 65 କୋରୋନା ଆକ୍ରାନ୍ତ ଚିହ୍ନଟ, କୋରୋନାକୁ ମାତ ଦେବାକୁ ତତ୍ପର ପ୍ରଶାସନ

ଗୁରୁବାର ଭଦ୍ରକ ଜିଲ୍ଲାରୁ ଗୁରୁବାର 65 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

corona upadate
ଭଦ୍ରକରୁ 65 କୋରୋନା ଆକ୍ରାନ୍ତ ଚିହ୍ନଟ

ଭଦ୍ରକ: ରାଜ୍ୟରେ କୋରୋନା ମାମଲା ଥମିବାର ନାମ ନେଉନଥିବା ବେଳେ ଭଦ୍ରକ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଜିଲ୍ଲାର ବିଭିନ୍ନ ବ୍ଲକ, ଏନଏସି ଓ ମୁନିସିପାଲଟିରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇଛି। ଏହି କ୍ରମରେ ଜିଲ୍ଲାରୁ ଗୁରୁବାର 65 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1183 ରେ ପହଞ୍ଚିଛି।

ଭଦ୍ରକରୁ 65 କୋରୋନା ଆକ୍ରାନ୍ତ ଚିହ୍ନଟ

ଗୁରୁବାର 7 ଟି ବ୍ଲକରୁ 48 ଜଣ ଚିହ୍ନଟ ହୋଇଥିବା ବେଳେ 2 ଟି ମୁନିସିପାଲଟିରୁ 5 ଜଣ ଓ ଗୋଟିଏ ଏନଏସି ରୁ 12 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ତ ବ୍ଲକରୁ 7 ଜଣ, ତିହିଡ଼ି ବ୍ଲକରୁ 4 ଜଣ, ଧାମନଗର ବ୍ଳକରୁ ସର୍ବାଧିକ 21 ଜଣ, ଭଣ୍ଡାରିପୋଖରୀ ବ୍ଲକରୁ 2 ଜଣ, ଚାନ୍ଦବାଲି ବ୍ଲକରୁ 2 ଜଣ, ଭଦ୍ରକ ବ୍ଲକରୁ 3 ଜଣ ଓ ବାସୁଦେବପୁର ବ୍ଲକରୁ 9 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭଦ୍ରକରୁ 65 କୋରୋନା ଆକ୍ରାନ୍ତ ଚିହ୍ନଟ

ଏହାଛଡା ଭଦ୍ରକ ମୁନିସିପାଲଟିରୁ 3 ଜଣ, ବାସୁଦେବପୁର ମୁନିସିପାଲଟିରୁ 2 ଜଣ ଚିହ୍ନଟ ଏବଂ ଧାମନଗର ଏନଏସିରୁ 12 ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ 65 ଜଣଙ୍କ ମଧ୍ୟରୁ 61 ଜଣ ସ୍ଥାନୀୟ ସଂକ୍ରମଣ ଥିବା ବେଳେ ମାତ୍ର 4 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତେଣୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବୃଦ୍ଧି ଯୋଗୁଁ, ଜିଲ୍ଲାରେ କୋରନା ଚେନ ଭାଙ୍ଗିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଛି।

ଭଦ୍ରକରୁ 65 କୋରୋନା ଆକ୍ରାନ୍ତ ଚିହ୍ନଟ

ଏବେସୁଦ୍ଧା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 816 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 363 ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଅଦ୍ୟାବଧି ଜିଲ୍ଲାରୁ ମୋଟ 26923 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ଏପଟେ ଏହି ସମୟରେ ଆଣ୍ଟିଜେନ ଟେଷ୍ଟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

କୋରୋନାକୁ ମାତ୍ ଦେବାପାଇଁ ତତ୍ପର ଭଦ୍ରକ ପ୍ରଶାସନ

ସେ ଆହୁରୀ ମଧ୍ୟ କହିଛନ୍ତି, ପ୍ରଥମେ 400 ରୁ 500 ଟି ଆଣ୍ଟିଜେନ ଟେଷ୍ଟ ହେଉଥିବା ବେଳେ ବର୍ତ୍ତମାନ ତାହା ବୃଦ୍ଧି ପାଇ 1400 ରୁ 1500 ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି । ଏଥିସହ ଆଣ୍ଟିଜେନ ଟେଷ୍ଟ ସଂଖ୍ୟା ବୃଦ୍ଧି କରାଯାଇଥିବାରୁ ପଜେଟିଭ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଏଥିରେ ଭୟବିତ ହେବାର ନାହିଁ । ଏହାଛଡା ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିଭିନ୍ନ ୱାର୍ଡ ଓ ପଞ୍ଚାୟତ ମାନଙ୍କରେ ସ୍ବାସ୍ଥ୍ୟ ସୁପରଭାଇଜର, ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀ ମାନଙ୍କ ଦ୍ୱାରା ଲୋକ ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ଜାରି ରହିଛି।

ତେବେ ବୃଦ୍ଧ, ବୃଦ୍ଧା, ଶିଶୁ ଓ ଗର୍ଭବତୀ ମହିଳାଙ୍କ ବ୍ୟତୀତ ଯୁବଗୋଷ୍ଠୀ ମାନେ ମଧ୍ୟ କୋରୋନା ସଂକ୍ରମଣ ନେଇ ସଚେତନ ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଛନ୍ତି । ଅନ୍ୟ ପକ୍ଷରେ ଭଦ୍ରକ ପୌରାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସକାଳ 5ଟା ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବା ନେଇ ଯେଉଁ କୋହଳ କରାଯାଇଥିଲା ତାହା 13 ତାରିଖ ଠାରୁ ପରିବର୍ତ୍ତନ କରାଯାଇ ସକାଳ 5ଟା ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Aug 13, 2020, 3:24 PM IST

ABOUT THE AUTHOR

...view details