ଯାଜପୁର: ଆଜି ଭଦ୍ରକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଜଣେ କୋରୋନା ପଜିଟିଭଙ୍କ ଯାଜପୁର ଲିଙ୍କ ରହିଛି । ମାର୍ଚ୍ଚ ୨୯ ତାରିଖରେ କଲିକତାକୁ କିଛି ଲୋକ ଓମନି ଗାଡିରେ ବାହାରି ୩୦ ତାରିଖରେ ଓଡିଶାରେ ପହଞ୍ଚିଥିଲେ । ସେହି ଗାଡିରେ ଯାଜପୁର ଜିଲ୍ଲାର ୬ ଜଣ ଆସିଥିବା ସୂଚନା ମିଳିଛି ।
ଭଦ୍ରକରେ ଚିହ୍ନଟ କୋରୋନା ପଜିଟିଭଙ୍କ ଯାଜପୁର ଲିଙ୍କ ଓମିନିରେ ଆସିଥିବା କିଛି ଯାତ୍ରୀ ଷଠିପୁରରେ ଓହ୍ଲାଇ ଥିବା ଅନୁମାନ କରାଯାଉଛି । ସେହି ଗାଡିରେ ଆସିଥିବା ଲୋକଙ୍କ ମଧ୍ୟରେ ଭଦ୍ରକର ଜଣେ ବ୍ୟକ୍ତି ଏବେ କୋରୋନା ପଜିଟିଭ ବାହାରିଛନ୍ତି। ଯାହା ଏବେ ଯାଜପୁର ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି।
ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୩୦ ତାରିଖ ସକାଳ ପରେ ସଠିପୁର କିମ୍ବା ଯାଜପୁର ଜିଲ୍ଲାରେ ପହଞ୍ଚିଥାନ୍ତି ତାହେଲେ ତୁରନ୍ତ ପ୍ରଶାସନକୁ ଜଣାଇବା ସହିତ ନିଜେ କ୍ବାରାଣ୍ଟିନରେ ରହିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି । ଆଜି 5 କରୋନା ଚିହ୍ନଟ ପରେ ଜିଲ୍ଲାର ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆକ୍ରାନ୍ତଙ୍କ ଘର ପଡୋଶୀ ଭଦ୍ରକ ଜିଲ୍ଲା ହୋଇଥିବାରୁ ତୁରନ୍ତ ଭଦ୍ରକ ସୀମାରେ ଅଧିକ ଯାଞ୍ଚ ହେବ ବୋଲି ଜିଲ୍ଳାପାଳ ସୂଚନା ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଂଜନ ଓଝା ଇଟିଭ ଭାରତ