ଓଡିଶା

odisha

ETV Bharat / state

ଭଦ୍ରକରେ ସଂକ୍ରମଣ ଚେନକୁ ରୋକିବାକୁ କଟକଣା କଡାକଡି - bhadrak collector

କୋରୋନା ମହାମାରୀର ଦ୍ବିତୀୟ ଲହର ଭୟାବହତାକୁ ଲକ୍ଷ କରି ଭଦ୍ରକ ଜିଲ୍ଲାରେ ସଂକ୍ରମଣ ଚେନକୁ ରୋକିବା ଲାଗି ଲକଡାଉନ ଜାରି ହୋଇଥିବା ବେଳେ ଶନିବାର ଓ ରବିବାର ଦୁଇ ଦିନ ସପ୍ତାହାନ୍ତ ସଟଡାଉନ କଟକଣାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

ଭଦ୍ରକରେ ସଂକ୍ରମଣ ଚେନକୁ ରୋକିବାକୁ କଟକଣା କଡାକଡି
ଭଦ୍ରକରେ ସଂକ୍ରମଣ ଚେନକୁ ରୋକିବାକୁ କଟକଣା କଡାକଡି

By

Published : May 19, 2021, 10:36 PM IST

ଭଦ୍ରକ: ଏବେ କୋରୋନା ପଜିଟିଭ ସଂଖ୍ୟା ଭଦ୍ରକରେ ଦୃତ ଗତିରେ ବୃଦ୍ଧି ପାଉଛି । କୋରୋନା ମହାମାରୀର ଦ୍ବିତୀୟ ଲହର ଭୟାବହତାକୁ ଲକ୍ଷ କରି ଭଦ୍ରକ ଜିଲ୍ଲାରେ ସଂକ୍ରମଣ ଚେନକୁ ରୋକିବା ଲାଗି ଲକଡାଉନ ଜାରି ହୋଇଥିବା ବେଳେ, ଶନିବାର ଓ ରବିବାର ଦୁଇ ଦିନ ସପ୍ତାହାନ୍ତ ସଟଡାଉନ କଟକଣାକୁ କଡାକଡି କରାଯାଇଛି । ଏଥିସହ ଜିଲ୍ଲାରେ ଲକଡାଉନ କଟକଣାକୁ ମଧ୍ୟ କଡାକଡି କରାଯାଇଥିବା ବେଳେ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସକାଳ 6 ରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ, ପନିପରିବା କିଣିବା ପାଇଁ ଜନସାଧାରଣଙ୍କୁ 5 ସହ ମିଟର ପର୍ଯ୍ୟନ୍ତ ଚାଲି ଚାଲି କୋଭିଡ କଟକଣା ମଧ୍ୟରେ ନେବା ପାଇଁ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିଲା। ହେଲେ ବର୍ତ୍ତମାନ ସରକାରଙ୍କ ନିର୍ଦ୍ଦେଶକ୍ରମେ ସପ୍ତାହାନ୍ତ ସଟଡାଉନ କଟକଣା ପୂର୍ବ ପରି ଜାରି ରହିବ ଏବଂ ଲକଡାଉନ କଟକଣାକୁ ଆହୁରି କଡାକଡି କରାଯାଇଛି ।ଏହାକୁ ଜୁନ 1 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଭଦ୍ରକରେ ସଂକ୍ରମଣ ଚେନକୁ ରୋକିବାକୁ କଟକଣା କଡାକଡି

ଏହି ଲକଡାଉନ ସମୟରେ ପରିବର୍ତ୍ତନ କରାଯାଇ ସକାଳ 7 ରୁ 11 ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ, ପନିପରିବା କିଣିବା ପାଇଁ ଜନସାଧାରଣ ଙ୍କୁ ଅନୁମତି ପ୍ରଦାନ କରାଯାଇଛି। ତେବେ ଏହି ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ ପରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ବ୍ରେକ ଲାଗିବ ବୋଲି ଆଶା ପ୍ରକାଶ ପାଇଛି । ଏହି ସମୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିଭିନ୍ନ ୱାର୍ଡ ଓ ପଞ୍ଚାୟତ ମାନଙ୍କରେ ସ୍ବାସ୍ଥ୍ୟ ସୁପରଭାଇଜର, ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀ ମାନଙ୍କ ଦ୍ୱାରା ଲୋକମାନଙ୍କ ଘର ଘର ଯାଇ ସ୍ଵାସ୍ଥ୍ୟ ପରୀକ୍ଷା ଜାରି ରହିବ । ତେବେ ବୃଦ୍ଧ, ବୃଦ୍ଧା, ଶିଶୁ ଓ ଗର୍ଭବତୀ ମହିଳାଙ୍କ ବ୍ୟତୀତ ଯୁବଗୋଷ୍ଠୀ ମାନେ ମଧ୍ୟ କୋରୋନା ସଂକ୍ରମଣ ନେଇ ସଚେତନ ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ପରିସ୍ଥିତିକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ତ୍ତମାନ 1800 ଜଣଙ୍କ କୋଭିଡ ଟେଷ୍ଟ କରାଯାଉଥିବା ସୂଚନା ମିଳିଛି । ଯାହାକି 1200 ଆଣ୍ଟିଜେନ ଓ 600 ଆର୍ଟିଫିସିଆର ଟେଷ୍ଟ ବୋଲି ଜଣାପଡିଛି । ଯାହାକି କୋଭିଡ ଟେଷ୍ଟ ର ସଂଖ୍ୟା ବୃଦ୍ଧି କରାଯାଇଥିବା କାରଣରୁ ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେହିପିର ଯେଉଁମାନଙ୍କ ନିକଟରେ ସଂକ୍ରମଣ ଚି଼ହ୍ନଟ ହେଉଛନ୍ତିି, ସେମାନଙ୍କୁ ବିଭିନ୍ନ କ୍ଲସ୍ଟର ଏବଂ ଟିଏମ୍ସିରେ ରଖାଯାଇ ସେମାନଙ୍କ ଉପରେ ନଜର ରଖାଯାଇଛି। ପରିସ୍ଥିତିକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା କହିଛନ୍ତି ଜିଲ୍ଲାପାଳ । ତେବେ ଜିଲ୍ଲାରେ ସଂକ୍ରମଣ ଚେନକୁ ରୋକିବା ଲାଗି କୋରୋନା କାଳରେ ସରକାର ତଥା ଜିଲ୍ଲା ପ୍ରଶାସନର ସମସ୍ତ କୋଭିଡ ଗାଇଡ ଲାଇନକୁ ନିର୍ବାହ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଅପିଲ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details