ଓଡିଶା

odisha

ETV Bharat / state

କୋରୋନା ମୁକାବିଲା ପାଇଁ ପ୍ରସ୍ତୁତ ଭଦ୍ରକ - ଭଦ୍ରକରେ ବର୍ଦ୍ଧିତ କୋରୋନାକୁ ନେଇ ଜିଲ୍ଲାପାଳଙ୍କ ସୂଚନା

ଭଦ୍ରକରେ ଏବେ କୋରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା କହିଛନ୍ତି ଭଦ୍ରକ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ଭଦ୍ରକରେ ବର୍ଦ୍ଧିତ କୋରୋନାକୁ ନେଇ ଜିଲ୍ଲାପାଳଙ୍କ ସୂଚନା
ଭଦ୍ରକରେ ବର୍ଦ୍ଧିତ କୋରୋନାକୁ ନେଇ ଜିଲ୍ଲାପାଳଙ୍କ ସୂଚନା

By

Published : May 16, 2021, 7:49 AM IST

ଭଦ୍ରକ: ଜିଲ୍ଲାରେ ଏବେ କୋରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ । ଏହା ମୁଖ୍ୟତଃ ପ୍ରବାସୀଙ୍କଠାରେ ଅଧିକ ସଂକ୍ରମଣ ପରିଲକ୍ଷିତ ହୋଇଛି । ଯେଉଁମାନେ ନିକଟରେ ସଂକ୍ରମଣ ଚି଼ହ୍ନଟ ହେଉଛନ୍ତି, ସେମାନଙ୍କୁ ବିଭିନ୍ନ କ୍ଲଷ୍ଟର ଏବଂ ଟିଏମ୍ସିରେ ରଖାଯାଇ ସେମାନଙ୍କ ଉପରେ ନଜର ରଖାଯାଉଛି । ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା କହିଛନ୍ତି ଭଦ୍ରକ ଜିଲ୍ଲାପାଳ ।

ଭଦ୍ରକରେ ବର୍ଦ୍ଧିତ କୋରୋନାକୁ ନେଇ ଜିଲ୍ଲାପାଳଙ୍କ ସୂଚନା

ପୂର୍ବରୁ ଭଦ୍ରକ ଜିଲ୍ଲାରେ ଦିନକୁ 1500 କୋଭିଡ ଟେଷ୍ଟ କରାଯାଉଥିବା ବେଳେ ବର୍ତ୍ତମାନ ଏହା 1800 କୁ ବୃଦ୍ଧି କରାଯାଇଛି । ଯାହାକି 1200 ଆଣ୍ଟିଜେନ ଓ 600 ଆରଟିପିସିଆର ଟେଷ୍ଟ ବୋଲି ସୂଚନା ମିଳିଛି । ଏହି ଆରଟିପିସିଆର ଟେଷ୍ଟ ବାଲେଶ୍ବର ଓ ଭୁବନେଶ୍ଵରରେ ହେଉଥିବା ଯୋଗୁଁ ଏହାର ରିପୋର୍ଟ ଆସିବାରେ ବିଳମ୍ବ ହେଉଥିଲା । ତେବେ ବର୍ତ୍ତମାନ ଭଦ୍ରକରେ ଆରଟିପିସିଆର ଟେଷ୍ଟ ହେବା ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଯାହାକି ଖୁବଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା କାର୍ଯ୍ୟକାରୀ ହେବା ପରେ ଆରଟିପିସିଆର ଟେଷ୍ଟ ରିପୋର୍ଟ ଆସିବାରେ ବିଳମ୍ବ ହେବନାହିଁ । ଫଳରେ ତୁରନ୍ତ ସଂକ୍ରମିତଙ୍କୁ ଚିକିତ୍ସା କରାଯାଇପାରିବ ବୋଲି ଆଶାପ୍ରକାଶ ପାଇଛି ।

ଏଥିସହ ଜିଲ୍ଲାରେ ଥିବା ଆଇସିୟୁ ଓ ଭେଣ୍ଟିଲେଟର ସମସ୍ୟା ସମାଧାନ ହୋଇଯାଇଥିବା କହିଛନ୍ତି ଜିଲ୍ଲାପାଳ ଜ୍ଞାନ ଦାସ । ସୂଚନା ଅନୁଯାୟୀ ଜିଲ୍ଲାରେ 67 ଟି ଜୁମ୍ବୋ ଅକ୍ସିଜେନ ସିଲିଣ୍ଡର ସହ 100ରୁ ଉର୍ଦ୍ଧ ଅନ୍ୟ ଅକ୍ସିଜେନ ସିଲିଣ୍ଡର ମହଜୁଦ ଅଛି । ଏଥିସହ 15 ଟି ଅକ୍ସିଜେନ କନସନ୍‌ଟ୍ରେଟର ମଧ୍ୟ ରହିଛି ।

ତେବେ ପୂର୍ବରୁ ଷ୍ଟାଣ୍ଡାଲନ ସିଲିଣ୍ଡର ଯୋଗେ ଅକ୍ସିଜେନ ଯୋଗାଣ ହେଉଥିଲା । କିନ୍ତୁ ଏହା ଦ୍ବାରା ଅକ୍ସିଜେନ ଅପଚୟ ହେଉଥିବାରୁ, ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ପାଇପ ଲାଇନ ଯୋଗେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଯୋଗାଇ ଦିଆଯିବ । ଏହାସହ କୋରୋନା କାଳରେ ସରକାରଙ୍କ ସମସ୍ତ କୋଭିଡ ଗାଇଡ଼ଲାଇନକୁ ନିର୍ବାହ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଅପିଲ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର. ଇଟିଭି ଭାରତ

ABOUT THE AUTHOR

...view details