ଭଦ୍ରକ: ଚାନ୍ଦବାଲି ମେଡିକାଲରେ ମୃତ୍ୟୁ ପ୍ରମାଣପତ୍ର ପାଇଁ ଲାଞ୍ଚ କାରବାର । ବେସରକାରୀ ଲୋକଙ୍କୁ ସରକାରୀ ଅଫିସରେ ବର୍ଷବର୍ଷ ହେଲା ବସାଇ ତାଙ୍କୁ ହାତବାରିସ୍ କରି ସରକାରୀ ବାବୁ ନେଉଛନ୍ତି ଲାଞ୍ଚ । ଗୋଟିଏ ମୃତ୍ୟୁ ପ୍ରମାଣପତ୍ର ପାଇଁ ଦେବାକୁ ପଡୁଛି 500 ଟଙ୍କା । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ।
ସୂଚନାମୁତାବକ, ସ୍ଥାନୀୟ ସୁନ୍ଦରପୁର ଗାଁର ଗଣେଶ ସାହୁଙ୍କ ପିତା ଗଙ୍ଗାଧର ସାହୁ ବର୍ଷେ ତଳେ ମୃତ୍ୟୁବରଣ କରିଥିଲେ । ହେଲେ ତାଙ୍କ ପୁଅ ଆଜକୁ 6 ମାସ ହେଲାଣି ମୃତ୍ୟୁ ପ୍ରମାଣପତ୍ର ପାଇଁ ଚାନ୍ଦବାଲି ମେଡିକାଲକୁ ଦୌଡୁଛନ୍ତି । ହେଲେ କେତେବେଳେ ସାଇଟ ବନ୍ଦ ତ କେତେବେଳେ ଉପର ଅଫିସର ନାହାଁନ୍ତି, ଏମିତି କହି ସମୟ ଗଡାଇ ଚାଲିଛନ୍ତି । ଶେଷରେ 500 ଟଙ୍କା ଦେଲେ କାମ ହୋଇଯିବ ବୋଲି କହିବା ପରେ ଅଫିସରେ ଥିବା କର୍ମଚାରୀଙ୍କୁ 500 ଟଙ୍କା ଦେଇଥିଲେ ଗଣେଶ ।