ଭଦ୍ରକ: ଜିଲ୍ଲାର ବିଭିନ୍ନ ସ୍ଥାନରେ ଓଡ଼ିଶାର ବରପୁତ୍ର ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ(Biju Patnaik Death Anniversary) ତିରୋଧାନ ଦିବସ ପାଳନ କରାଯାଇଛି । ଭଦ୍ରକ ଜିଲ୍ଲାରେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଜିଲ୍ଲାସ୍ତରୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି । ଜିଲ୍ଲାର ପଞ୍ଚମୁଖି ହନୁମାନ ମନ୍ଦିର ନିକଟ ସାଳନ୍ଦୀ ନଦୀ କୂଳରେ ତିଳ ତର୍ପଣ କାର୍ଯ୍ୟକ୍ରମ ପରେ ଚାରିଘରିଆ ନିର୍ମଳା ବାଟିକାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ପରେ ବିଜୁବାବୁଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା ।
ଭଦ୍ରକରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ, ସମାଜ ସେବା ପାଇଁ ସଂକଳ୍ପ - ଭଦ୍ରକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ
ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଓଡ଼ିଶାର ବରପୁତ୍ର ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ କରାଯାଇଛି । ଅଧିକ ପଢନ୍ତୁ
ଅନୁଷ୍ଠିତ ଏହି ସଭାରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବ୍ଲକ ସମିତିର ଅଧ୍ୟକ୍ଷା ଉର୍ମିଳା ନାୟକ, ପୌରପାଳିକା ଉପାଧ୍ୟକ୍ଷ ଅଞ୍ଜୁବାଳା ଜେନା ପ୍ରମୁଖ ପ୍ରଥମେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପ୍ରଦୀପ ଉଜ୍ବଳ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ବିଧାୟକ ସଂଜୀବ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ବକ୍ତାମାନେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଗାଥା ସମ୍ପର୍କରେ ଆଲୋଚନା କରିଥିଲେ । ସମାଜ ସେବାରେ ସମସ୍ତେ ଯଦି ସମୟ ନିୟୋଜିତ କରିବା, ଏହା ହିଁ ହେବ ସ୍ବର୍ଗତ ପଟ୍ଟନାୟକଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ବୋଲି ଉପସ୍ଥିତ ବ୍ୟକ୍ତିମାନେ କହିଥିଲେ ।
ଭଦ୍ରକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ