ଓଡିଶା

odisha

By

Published : Nov 26, 2019, 10:49 PM IST

ETV Bharat / state

ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ‘କାୟାକଳ୍ପ’ ଟିମ

ଭଦ୍ରକ ଜିଲ୍ଲା ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ‘କାୟାକଳ୍ପ’ ଟିମ୍‌ର ପରିଦର୍ଶନ । ମେଡିକାଲର ଆଉଟଡୋର ଓ ଇନଡୋର ରୋଗୀସେବା ଆଦି ଅନୁଧ୍ୟାନ କଲା ଟିମ୍।

ମେଡିକାଲ ପରିଦର୍ଶନ କଲେ ‘କାୟାକଳ୍ପ’ ଟିମ
ମେଡିକାଲ ପରିଦର୍ଶନ କଲେ ‘କାୟାକଳ୍ପ’ ଟିମ

ଭଦ୍ରକ: ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ‘କାୟାକଳ୍ପ’ ଟିମର ପରିଦର୍ଶନ। ମେଡିକାଲର ଆଉଟଡୋର ଓ ଇନଡୋର ରୋଗୀସେବା, ପରିମଳ ବ୍ୟବସ୍ଥା, ବାୟୋ-ମେଡିକାଲ ବଜ୍ୟବସ୍ତୁ ପରିଚାଳନା, ପ୍ରଦୂଷଣ ସ୍ତର, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଅଳିଆ ଆବର୍ଜନା, ପରିସର, ଖାଦ୍ୟ, ରେକର୍ଡ, ପରିବେଶ ଲାବେରାଟୋରି, ଲେବର ରୁମ, ଅସ୍ତ୍ରୋପଚାର ବ୍ୟବସ୍ଥା ଆଦି ସମ୍ପର୍କରେ ବିସ୍ତାର ଭାବେ ଅନୁଧ୍ୟାନ କରିଥିଲେ।

ମେଡିକାଲ ପରିଦର୍ଶନ କଲେ ‘କାୟାକଳ୍ପ’ ଟିମ


ଡାକ୍ତର ଅଞ୍ଜନା ପଣ୍ଡାଙ୍କ ନେତୃତ୍ବରେ ଟିବି ରୋଗ ସଂଯୋଜକ ବି.କେ ପଣ୍ଡା, ୟୁନିସେଫର ପ୍ରତିନିଧି ତୃପ୍ତି ମିଶ୍ର, ଜିଲ୍ଲା ପକ୍ଷରୁ ଡିସିଏମ ସରିତା ମହାପାତ୍ର, ଇଏମଆରଟିଏଚ ଜିତେନ୍ଦ୍ର କୁମାର ବିଶ୍ବାଳ, ଅଭିଳାଷ ପାଣିଗ୍ରାହୀ ପ୍ରମୁଖ ଏହି ଟିମରେ ସାମିଲ ଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଅଧିକାରୀ ଡା.ଶୁସାନ୍ତ କୁମାର ସାମନ୍ତଙ୍କ ସମେତ ସମସ୍ତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଓ କର୍ମଚାରୀ କାୟାକଳ୍ପ ଟିମକୁ ସହାୟତା କରିଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details