ଓଡିଶା

odisha

ETV Bharat / state

ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବା ସୁଧାର ଦାବିରେ 12 ଘଣ୍ଟିଆ ଭଦ୍ରକ ବନ୍ଦ - ମେଡିକାଲ କଲେଜ ପ୍ରତିଷ୍ଠା ଦାବି

ଜିଲ୍ଲାରେ ସ୍ବାସ୍ଥ୍ୟ ସେବାକୁ ସଚଳ କରିବାକୁ ଦାବି କରି ଗୁରୁବାର କଂଗ୍ରେସ ପକ୍ଷରୁ ବନ୍ଦ ଦିଆଯାଇଛି । ଅଧିକ ପଢନ୍ତୁ...

ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବା ସହ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଭଦ୍ରକ ବନ୍ଦ
ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବା ସହ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଭଦ୍ରକ ବନ୍ଦ

By

Published : Dec 10, 2020, 11:59 AM IST

ଭଦ୍ରକ: ଜିଲ୍ଲାରେ ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବା ସହ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ନେଇ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ଡାକରା । ଏହି ପ୍ରରିପେକ୍ଷୀରେ ଭଦ୍ରକ ସହରକୁ ବନ୍ଦ ଡାକରା ଦେଇଛି କଂଗ୍ରେସ । ବନ୍ଦ ଯୋଗୁଁ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ସହର ମଧ୍ୟ ଦେଇ ଯାଉଥିବା ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । 16 ନଂ ଜାତୀୟ ରାଜପଥକୁ ମଧ୍ୟ କଂଗ୍ରେସ ପକ୍ଷରୁ ଅବରୋଧ କରାଯିବାର ସୂଚନା ରହିଛି । ବନ୍ଦ ସମୟରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେଥପାଇଁ ସହରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ମୁଖ୍ୟତଃ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ସହ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗ ଏବେ ପୂରା ଅସୁସ୍ଥ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପୁରା ପୁରି ଠପ୍‌ ।

ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବା ସହ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଭଦ୍ରକ ବନ୍ଦ

କୋରୋନା ଆଳରେ ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦେବା ଓ ସାଧାରଣ ରୋଗୀଙ୍କୁ ମଧ୍ୟ କଟକ ରେଫର କରିବା ଏକ ନିତିଦିନିଆ ଘଟଣା ପାଲଟିଯାଇଛି। ଜିଲ୍ଲା ମେଡିକାଲରେ ଭେଣ୍ଟିଲେଟର ଥିଲେ ମଧ୍ୟ ତାହା କାର୍ଯ୍ୟ କରୁନାହିଁ। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାଯିବାକୁ କଂଗ୍ରେସ ପକ୍ଷରୁ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସାମଧାନ ନ ହେବାରୁ ଉପରୋକ୍ତ ଦାବିକୁ ନେଇ ଆଜି (ଗୁରୁବାର) ଭଦ୍ରକ ସହର ବନ୍ଦ ରଖାଯାଇଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details