ଭଦ୍ରକ: ଜିଲ୍ଲାରେ ସୋମବାର 58 ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 381ରେ ପହଞ୍ଚିଛି । ଚିହ୍ନଟ 58 ପଜିଟିଭଙ୍କ ମଧ୍ୟରୁ 38 ଜଣ କ୍ବାରେନଣ୍ଟାଇନର ଥିବାବେଳେ 13 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।
ସେହିପରି ଆଜିର ଚିହ୍ନଟ ପଜିଟିଭଙ୍କ ମଧ୍ୟରେ 7 ଜଣ ପୋଲିସ ଅଧିକାରୀ ରହିଛନ୍ତି । ଟ୍ବିଟ୍ ଯୋଗେ ଭଦ୍ରକ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ଏଯାବତ୍ ଜିଲ୍ଲାରେ ମୋଟ 13,913 ଟି ନମୁନା ପରୀକ୍ଷା କରାଯାଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ଧାମନଗର ପୋଲିସ ଷ୍ଟେସନ ଓ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।