ଓଡିଶା

odisha

ETV Bharat / state

ଘରକୁ ଫେରିବେ ଟନେଲରୁ ଉଦ୍ଧାର ଓଡ଼ିଆ ଶ୍ରମିକ, ତପନ ମଣ୍ଡଳଙ୍କ ବାଟକୁ ଚାହିଁ ରହିଛନ୍ତି ପରିବାର - ଉତ୍ତରକାଶୀରେ ଭୁଶୁଡିଥିବା ଟନେଲ

ଘରକୁ ଫେରିବେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ତପନ ମଣ୍ଡଳ। ପୁଅକୁ ଦେଖିବାକୁ ଚାତକ ପରି ଚାହିଁ ରହିଛନ୍ତି ବାପା ମାଆ । ଅଧିକ ପଢନ୍ତୁ

Uttarkashi Tunnel Rescue
Uttarkashi Tunnel Rescue

By ETV Bharat Odisha Team

Published : Nov 30, 2023, 7:28 AM IST

Updated : Nov 30, 2023, 8:41 AM IST

Uttarkashi Tunnel Rescue

ଭଦ୍ରକ: ବାସୁଦେବପୁର ବ୍ଲକ ଚାଳିଶଚେନ ଗ୍ରାମର ତପନ ମଣ୍ଡଳ। ଉତ୍ତରକାଶୀରେ ଟନେଲ ଦୁର୍ଘଟଣାରେ ଫସି ରହିଥିଲେ । ଦୀର୍ଘ 17 ଦିନ ଅନ୍ଧାର ଟନେଲରେ ରହିବା ପରେ ଉଦ୍ଧାର ହୋଇଥିଲେ । ଏବେ ସେ ଚିକିତ୍ସାଧିନ ରହିଛନ୍ତି । ପୁଅ ଉଦ୍ଧାର ହେବାପରେ ପରିବାରରେ ଖୁସୀର ସୀମା ନାହିଁ । ପୁଅର ଫେରିବା ବାଟକୁ ଏବେ ଚାହିଁ ବସିଛନ୍ତି ତପନଙ୍କ ବାପା ମଣ୍ଟୁ ମଣ୍ଡଳ ଏବଂ ମାଆ ଗୌରୀ ମଣ୍ଡଳ । ପ୍ରଶାସନ ପକ୍ଷରୁ ଏନେଇ ପରିବାର ଲୋକଙ୍କୁ ସାନ୍ତ୍ଵନା ଦିଆଯାଇଛି । ବୁଧବାର ବାସୁଦେବପୁର ବିଡିଓ ସଞ୍ଜୀବ ସାହୁ ଏବଂ ତହସିଲଦାର ସୌରଭ ପଣ୍ଡା ପହଞ୍ଚି ଖୁବଶୀଘ୍ର ତପନ ଘରେ ପହଞ୍ଚିବା ନେଇ ସୂଚନା ଦେଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ମାସ 12 ତାରିଖ ଦିନ ଉତ୍ତରକାଶୀରେ ନିର୍ମାଣ ହେଉଥିବା ଟନେଲ୍‌ ଭୁଶୁଡି ପଡ଼ିବାରୁ 41 ଜଣ ଶ୍ରମିକ ଫସି ଯାଇଥିଲେ । ସେଥି ମଧ୍ୟରେ ଓଡିଶାର 5 ଜଣ ଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଶ୍ରମିକଙ୍କ ପରିବାର ଲୋକେ ଚିନ୍ତିତ ଥିଲେ । କେବେ ସରିବା ଉଦ୍ଧାର କାର୍ଯ୍ୟ କେବେ ଅନ୍ଧାର ଟନେଲରୁ ବାହାରିବେ ସମ୍ପର୍କୀୟ ତାହାକୁ ହିଁ ସମସ୍ତଙ୍କ ଅପେକ୍ଷା ଥିଲା । 41 ଜଣ ଶ୍ରମିକଙ୍କ ମଧ୍ୟରୁ ତପନ ମଣ୍ଡଳ ମଧ୍ୟ ରହିଥିଲେ । ସେ 6 ମାସ ତଳେ ଭାଇ ସାଙ୍ଗରେ ଉତ୍ତରକାଶୀକୁ ବୁଲିବା ପାଇଁ ଯାଇଥିବା ବେଳେ, ନିର୍ମାଣଧୀନ ଟନେଲରେ ହେଲ୍ପର ଭାବେ କାର୍ଯ୍ୟ କରୁଥିଲେ । ଗତ 12 ତାରିଖ ରାତିରେ ଡ୍ୟୁଟି ସାରି ସେ ଟନେଲ୍‌ ମଧ୍ୟ ଦେଇ ସାଥୀ ଶ୍ରମିକମାନଙ୍କ ସହିତ ଘରକୁ ଫେରୁଥିଲେ । ଏହି ସମୟରେ ହଠାତ କୌଣସି କାରଣରୁ ଟନେଲ୍‌ ଭୁଶୁଡ଼ି ପଡ଼ିବାରୁ ତପନ ଓ ସାଥି ଶ୍ରମିକ ତା ଭିତରେ ଫସି ରହିଥିଲେ । ଏହି ଖବର ଜଣାପଡ଼ିବା ପରେ ଯୁଦ୍ଧ କାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ- ଉତ୍ତରକାଶୀ ହସ୍ପିଟାଲରେ 5 ଓଡିଆ ଶ୍ରମିକଙ୍କୁ ଭେଟିଲେ ଶ୍ରମମନ୍ତ୍ରୀ ଶାରଦା ନାୟକ

ବହୁ ବାଧାବିଘ୍ନ ପରେ ଦୀର୍ଘ 17 ଦିନର କସରତ ପରେ ଟନେଲ ମଧ୍ୟରୁ ତପନ ମଣ୍ଡଳଙ୍କ ସମେତ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଖବର ଜଣାପଡିବା ପରେ ତପନଙ୍କ ପରିବାର ଲୋକଙ୍କୁ ଆଶ୍ବସ୍ତି ମିଳିଥିଲା । ଉଦ୍ଧାର କାର୍ଯ୍ୟ ସରିବା ପରେ ତପନ ମଣ୍ଡଳଙ୍କ ଘରେ ପ୍ରଶାସନ ପକ୍ଷରୁ ବାସୁଦେବପୁର ବିଡ଼ିଓ ଏବଂ ତହସିଲଦାର ପହଞ୍ଚି ପରିବାର ଲୋକଙ୍କୁ ସାନ୍ତ୍ଵନା ଦେବା ସହ ଖୁବଶୀଘ୍ର ତପନ ଘରେ ପହଞ୍ଚିବା ନେଇ ସୂଚନା ଦେଇଛନ୍ତି । ତେବେ ଆଜି ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଶ୍ରମିକମାନଙ୍କୁ ସାଙ୍ଗରେ ନେଇ ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭଦ୍ରକ

Last Updated : Nov 30, 2023, 8:41 AM IST

ABOUT THE AUTHOR

...view details