ଓଡିଶା

odisha

ETV Bharat / state

ବାସନ୍ତୀ ଦୂର୍ଗା ପୂଜା ଆରମ୍ଭ, ଉତ୍ସବ ମୁଖର ଭଦ୍ରକ - ଭଦ୍ରକରେ ବାସନ୍ତୀ ଦୂର୍ଗା ପୂଜା

ଭଦ୍ରକ ତିହିଡି ବ୍ଲକ ପୀରହାଟ ବଜାରରେ ପାରମ୍ପରିକ ବାସନ୍ତୀ ଦୂର୍ଗା ପୂଜା ଆରମ୍ଭ ପରେ ଉତ୍ସବ ମୁଖର ପରିବେଶ । ଅଧିକ ପଢନ୍ତୁ

ଭଦ୍ରକରେ ବାସନ୍ତୀ ଦୂର୍ଗା ପୂଜା, ଉତ୍ସବ ମୁଖର ପରିବେଶ
ଭଦ୍ରକରେ ବାସନ୍ତୀ ଦୂର୍ଗା ପୂଜା, ଉତ୍ସବ ମୁଖର ପରିବେଶ

By

Published : Apr 12, 2022, 8:01 AM IST

ଭଦ୍ରକ: ଚୈତ୍ର ମାସରେ ବାସନ୍ତୀ ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ଗାଁରୁ ସହର । ବିଗତ 2 ବର୍ଷ ଧରି କୋରୋନା କଟକଣା ମଧ୍ୟରେ ପାଳିତ ହେଉଥିବା ବାସନ୍ତୀ ଦୁର୍ଗା ପୂଜା ଚଳିତ ବର୍ଷ ବେଶ ଯାକ ଜମକରେ ପାଳିତ ହେଉଛି। ଭଦ୍ରକ ତିହିଡି ବ୍ଲକ ପୀରହାଟ ବଜାରରେ ପାରମ୍ପରିକ ବାସନ୍ତୀ ଦୂର୍ଗା ପୂଜା ମହା ସମାରୋହରେ ହୋଇଥିବା ବେଳେ ପୀଠକୁ ବହୁ ଭକ୍ତଙ୍କ ସମାଗମ ହୋଇଛି ।

ଭଦ୍ରକରେ ବାସନ୍ତୀ ଦୂର୍ଗା ପୂଜା, ଉତ୍ସବ ମୁଖର ପରିବେଶ

1960 ମସିହା ଠାରୁ ଏଠାରେ ମା ବାସନ୍ତୀଙ୍କ ପୂଜାର୍ଚ୍ଚନା ହୋଇଆସୁଅଛି । ଏଥିସହ ମଙ୍ଗରାଜପୁର ଠାରେ ଏହି ପୂଜା ପରମ୍ପରା ପ୍ରାୟ 320 ବର୍ଷ ଧରି ଚାଲିଆସିଛି । ନିଆରା ପରମ୍ପରା ଭାବେ ଅଷ୍ଟମୀ ଦିନ ଉପବାସ ବ୍ରତ ରଖିଥାନ୍ତି ଗ୍ରାମବାସୀ । ସେହିପରି ଦୋଳସାହିସ୍ଥିତ ରାଢଙ୍ଗରେ 1959 ମସିହାରୁ ବାସନ୍ତୀ ପୂଜା ପାଳିତ ପାଳିତ ହୋଇ ଆସୁଛି । ଏହି ପୂଜା ମଣ୍ଡପରେ କରୋନା କଟକଣା ଯୋଗୁଁ ଦୁଇ ବର୍ଷ ହେଲା ଫିକା ପଡିଥିଲା ବାସନ୍ତୀ ଦୁର୍ଗା ପୂଜା । ଏହି ପୂଜାରେ ମା’ଙ୍କୁ ଦର୍ଶନ କଲେ ପାପ ତାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details