ଓଡିଶା

odisha

ETV Bharat / state

ଦ୍ଵିତୀୟ ଥର ପାଇଁ ବିପଦ ସଙ୍କେତରେ ବୈତରଣୀ ନଦୀ - ବୈତରଣୀ ନଦୀ

ଚଳିତ ବର୍ଷ ଦ୍ଵିତୀୟ ଥର ପାଇଁ ବୈତରଣୀ ନଦୀରେ ବିପଦ ସଙ୍କେତ ଦେଖାଦେଇଛି । ତେଣୁ ମାଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି।

ଦ୍ଵିତୀୟ ଥର ପାଇଁ  ବିପଦ ସଙ୍କେତରେ ବୈତରଣୀ ନଦୀ
ଦ୍ଵିତୀୟ ଥର ପାଇଁ ବିପଦ ସଙ୍କେତରେ ବୈତରଣୀ ନଦୀ

By

Published : Aug 26, 2020, 8:58 PM IST

ଭଦ୍ରକ : ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସଙ୍କେତ 17.83 ମିଟର ରହିଥିବା ବେଳେ ଆଜି ସନ୍ଧ୍ୟା 6 ଟା ସୁଦ୍ଧା ଏଠାରେ 18.75 ମିଟରରେ ଜଳ ପ୍ରବାହିତ ହେଉଛି। ତେବେ ଏହା ସହିତ ଚଳିତ ବର୍ଷ ଦ୍ଵିତୀୟ ଥର ପାଇଁ ବୈତରଣୀ ନଦୀରେ ବିପଦ ସଙ୍କେତ ଦେଖାଦେଇଛି । ତେଣୁ ମାଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହେବ ବୋଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି।

ଦ୍ଵିତୀୟ ଥର ପାଇଁ ବିପଦ ସଙ୍କେତରେ ବୈତରଣୀ ନଦୀ

ତେବେ ଗତ 24 ଘଣ୍ଟା ମଧ୍ୟରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ସର୍ବାଧିକ 158 ମିଲିମିଟର, ଭଣ୍ଡାରିପୋଖରୀ ଅଞ୍ଚଳରେ 138 ମିଲିମିଟର, ତିହିଡ଼ି ଅଞ୍ଚଳରେ 120.4 ମିଲିମିଟର, ଚାନ୍ଦବାଲି ଅଞ୍ଚଳରେ 116.6 ମିଲିମିଟର, ବନ୍ତ ଅଞ୍ଚଳରେ 106 ମିଲିମିଟର, ଭଦ୍ରକ ଅଞ୍ଚଳରେ 100.2 ମିଲିମିଟର ଓ ଧାମନଗର ଅଞ୍ଚଳରେ 80 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୋଟାମୋଟି ଜିଲ୍ଲାରେ 819.2 ମିଲିମିଟର ବର୍ଷା ହୋଇଛି। ଯାହାକି ହାରାହାରି ବୃଷ୍ଟିପାତର 117.2 ପରିମାଣ ରେକର୍ଡ ହୋଇଛି।

ଅନ୍ୟପକ୍ଷରେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବା ଯୋଗୁଁ ବୈତରଣୀ ନଦୀରେ ଅଧିକ ବନ୍ୟା ପାଣି ପ୍ରବାହିତ ହେଉଛି। ମୁଖ୍ୟତଃ ବୈତରଣୀର ଉପର ମୁଣ୍ଡ ଯାହାକି କେନ୍ଦୁଝର, ଚମ୍ପୁଆ, ଆନନ୍ଦପୁର, ସୋମପାଟଣା, ଠାକୁରମୁଣ୍ଡା ଆଦି ବୈତରଣୀ ନଦୀର ବିଭିନ୍ନ ଅବବାହିକାରେ 100 ରୁ 200 ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଥିବା ଜଣାପଡିଛି। ତେଣୁ ବୈତରଣୀ ନଦୀର ଜଳ ସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେଣୁ ଆଖୁଆପଦା ଠାରେ ବିପଦ ସଙ୍କେତ ସର୍ବାଧିକ 19 ରୁ 20 ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଆସିବାକୁ ଥିବା ବନ୍ୟା ପରିସ୍ଥିତିର ମୁକାବଲା କରିବା ପାଇଁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଏନଡିଆରଏଫର ଏକ ଟିମ ଭଣ୍ଡାରିପୋଖରୀ ଅଞ୍ଚଳରେ ମୁତୟନ କରାଯାଇଥିବା ବେଳେ ଓଡ୍ରାଫର ଏକ ଟିମକୁ ଧାମନଗର ଅଞ୍ଚଳରେ ମୁତୟନ କରାଯାଇଛି । ଏଥିସହ ଅଗ୍ନିଶମ ବାହିନୀକୁ ମଧ୍ୟ ସଜାଗ କରାଯାଇଛି। ସେପଟେ ପ୍ରଶାସନ ପକ୍ଷରୁ ବନ୍ୟା ପରିସ୍ଥିତିର ମୁକାବଲା କରିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details